ଭୁବନେଶ୍ୱର: ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରବିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩ ହଜାର ୩୪୩ ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୫୪ ହଜାର ୯୨୧ ଜଣଙ୍କୁ ଅଟକ ରଖାଯାଇଛି। ୫ ହଜାର ୧୭୭ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦିଆଯାଇଛି।

Advertisment

ସେହିଭଳି ଲାଇସେନ୍ସ ନଥିବା ୨୩୨ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୩୩.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପ୍ରାୟ ୧୨୭୯୭୮.୩୧୫ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୫୧ ଲକ୍ଷ ୮୯ ହଜାର ୧୭୭ ଟଙ୍କା। ରାଜ୍ୟରେ ଫ୍ଲାଇଂ ସ୍କ୍ଵାର୍ଡ ଏବଂ ପୁଲିସ ଦ୍ୱାରା ୨ କୋଟି ୯୭ ଲକ୍ଷ ୨୫୦ ଟଙ୍କା ଜବତ କରାଯାଇଛି।