ଦିଲ୍ଲୀ: ବିଜେପି ସାଂସଦ ଯଶୋବନ୍ତ ସିଂହଙ୍କ କାର୍‌ ମଧ୍ୟରୁ ୨ ଲକ୍ଷ ଟଙ୍କା ଚୋରି

ନୂଆଦିଲ୍ଲୀ: ଦିଲ୍ଳୀଠାରେ ପାର୍କିଂ ହୋଇଥିବା ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ଯଶୋବନ୍ତ ସିଂହଙ୍କ କାର୍‌ ମଧ୍ୟରୁ ଶୁକ୍ରବାର ୨ ଲକ୍ଷ ଟଙ୍କା ଚୋରି ହୋଇଛି। ଦିଲ୍ଳୀର ଚାନ୍ଦିନି ଚୌକଠାରେ ଥୁଆ ହୋଇଥିବା ଏହି କାର୍‌ରୁ ଟଙ୍କା ଚୋରି କରିଥିବା ଅଭିଯୁକ୍ତ ଜଣକୁ ଏପର୍ଯ୍ୟନ୍ତ ଧରାଯାଇ ପାରିନାହିଁ। ପୁଲିସ୍‌ରେ ମାମଲା ରୁଜୁ ହେବାରୁ ଏ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବରରେ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟ ସମ୍ମୁଖରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କର ବ୍ଲୁ ଓ୍ଵାଗନ୍‌ କାର୍‌ ଚୋରି ହୋଇଥିଲା। କିଛି ଦିନ ମଧ୍ୟରେ ଗାଡ଼ିଟିକୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର