ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ, ୨ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର : ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଜଣେ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡ ଓ ୨ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧକ ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଉଛନ୍ତି ଜଳ ସମ୍ପଦ ବିଭାଗର ପୂର୍ବତନ ସହକାରୀ ଯନ୍ତ୍ରୀ ଯତୀନ କୁମାର ସ୍ୱାଇଁ।

ଭିଜିଲାନ୍ସ ବିଭାଗଠାରୁ ମିଳିଥିବା ସୂଚନା ମୁତାବକ, ୨୦୦୦ ମସିହାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଘରୁ ଲକ୍ଷାଧିକ ଟଙ୍କା ସମ୍ପତ୍ତି ଠାବ ହୋଇଥିଲା। ଏ ନେଇ ଶ୍ରୀ ସ୍ୱାଇଁଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରଜୁ ହେବା ପରେ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଉପୋରକ୍ତ ରାୟ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଡିଏସ୍‌ପି ଆର୍‌ଏମ୍‌ ପାତ୍ର ମାମଲାର ତଦନ୍ତ କରୁଥିବାବେଳେ କୋର୍ଟରେ ମାମଲାର ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପିପି ଏଚ୍‌କେ ସ୍ୱାଇଁ।

ସମ୍ବନ୍ଧିତ ଖବର