ଭୁବନେଶ୍ୱର : ଓଏସ୍ଏପି ସପ୍ତମ ବାଟାଲିୟନ୍ର ଜଣେ ସିପାହୀଙ୍କଠାରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ରେଡକ୍ରସ ଭବନ ସମ୍ମୁଖରେ ଏହି ଘଟଣା ଘଟିଛି। ଛିନ୍ତାଇର ଶିକାର ହୋଇଥିବା ସିପାହୀ ହେଉଛନ୍ତି ପ୍ରଦୀପ କୁମାର ଗଡ଼ନାୟକ। ଏ ନେଇ ସେ ଖାରବେଳ ନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ପ୍ରଦୀପ ନିଜ ଘର କାମ ପାଇଁ ଆଜି ଏସ୍ବିଆଇ ଟ୍ରେଜେରି ବ୍ରାଞ୍ଚରୁ ୨ ଲକ୍ଷ ଟଙ୍କା ଉଠାଇ ବାଇକ୍ରେ ବାଟାଲିୟନ ଫେରୁଥିଲେ। ଟଙ୍କା ବ୍ୟାଗ୍ଟିକୁ ସେ ବାଇକ୍ର ହ୍ୟାଣ୍ଡେଲରେ ଝୁଲାଇଥିଲେ। ସେ ରେଡ୍କ୍ରସ୍ ଛକ ଅତିକ୍ରମ କରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ପଲସର୍ରେ ପଛରୁ ଆସି ତାଙ୍କ ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ। ଏଥିଯୋଗୁଁ ପ୍ରଦୀପ ଗାଡ଼ି ଉପରୁ ଭାରସାମ୍ୟ ହରାଇ ତଳେ ପଡ଼ି ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/loot-4.jpg)