ୟୁନିଟ୍‌-୪ ଅଞ୍ଚଳରୁ ବାଇକ୍‌ ଡିକି ଭାଙ୍ଗି ୨ଲକ୍ଷ ଲୁଟ୍‌

ଭୁବନେଶ୍ବର : ୟୁନିଟ୍‌-୪ ଅଞ୍ଚଳରୁ ଆଜି ଦିନ ଦି’ ପହରେ ଦୁର୍ବୃତ୍ତମାନେ ବ୍ୟବସାୟୀ କମଳାକାନ୍ତ ନାୟକଙ୍କ ବାଇକ୍‌ ଡିକି ଭାଙ୍ଗି ୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଶ୍ରୀ ନାୟକ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। ପୁଲିସ ସୂଚନା ଅନୁଯାୟୀ, ଶ୍ରୀ ନାୟକ ଦିନ ପ୍ରାୟ ୨ଟାରେ ୟୁନିଟ୍‌-୧ ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ୟୁନିଟ୍‌-୪ ସ୍ଥିତ କୁନୁ ଗାଙ୍ଗୁରାମ ସମ୍ମୁଖରେ ଗାଡ଼ି ରଖି ମିଠା ପାଇଁ ଯାଇଥିଲେ। ଫେରିବା ବେଳକୁ ବା‌ଇକ୍‌ ଡିକି ଭଙ୍ଗାଯାଇ ଟଙ୍କା ଲୁଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର