୨୫୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭିଏସ

ବାଲିଅନ୍ତା: ପୁରୀ ଜିଲ୍ଲା ଅଧୀନ ପିପିଲି ପ୍ରାଣୀ ଚିକିତ୍ସାଳୟର ବ୍ଲକ ଭେଟନାରୀ ଅଫିସର ସୁରେଶ ଚନ୍ଦ୍ର ବେହେରା (୪୬) ଫନି କ୍ଷତିଗ୍ରସ୍ତ କୁକୁଡ଼ାଫାର୍ମ ଆର୍ଥିକ ସରକାରୀ ସହାୟତା ପ୍ରଦାନ ପାଇଁ ଜଣେ ଚାଷୀଙ୍କ ଠାରୁ ଅଢ଼େଇହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସୁରେଶଙ୍କ ଠାରୁ ଭିଜିଲାନ୍ସ ଉକ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଘଟଣାସ୍ଥଳରୁ ତାଙ୍କୁ ଗିରଫ କରିଥିଲା। ଏକା ସମୟରେ ଟିମ  ଶ୍ରୀ ବେହେରାଙ୍କ ଦୁଇମହଲା ବିଶିଷ୍ଟ ବାସଭବନ ସମେତ ସ୍ଥାନୀୟ ବସନ୍ତପେଡ଼ି ଗ୍ରାମରେ ରହୁଥିବା ଅନ୍ୟ ଜଣେ  ନିଜ ସଂପର୍କୀୟଙ୍କ ବାସଭବନରେ ଚଢ଼ଉ କରିଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବେହେରା ଫନିରେ ନଷ୍ଟ ହୋ‌ଇଯାଇଥିବା ପିପିଲି ଥାନା ଅଧୀନ ବାସୁପୁର ଗ୍ରାମର ପ୍ରତାପ ଖଟେଇ ନାମକ ଜଣେ କୁକୁଡ଼ା ଫାର୍ମ ଚାଷୀଙ୍କର ଫନିରେ କୁକୁଡ଼ା ଫାର୍ମ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା । ପ୍ରାଣୀ ସପଦ ବିକାଶ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ତାଙ୍କୁ କୁକୁଡ଼ାଫାର୍ମର ପୁନରୁଦ୍ଧାର ପାଇଁ  କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଫନିର ୧୭ ମାସ ପରେ ମଧ୍ୟ ଫାର୍ମ କ୍ଷତିପୂରଣ ଟଙ୍କା ପ୍ରଦାନକରାଯାଇ ନଥିଲା ।

ଶ୍ରୀ ବେହେରା ସରକାରୀ କ୍ଷତିପୂରଣ ସହାୟତା ପ୍ରଦାନ ପାଇଁ ତାଙ୍କଠାରୁ ଅଢ଼େଇ ହଜାର ଟଙ୍କା ଦାବି କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଘର କାମ ଆରମ୍ଭ କରିବା ପାଇଁ ଶ୍ରୀ ଖଟେଇଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲ । ଉକ୍ତ ସରକାରୀ ସହାୟତା ଅର୍ଥ ସହିତ ଶ୍ରୀ ଖଟେଇ ଆଉ କିଛି ଟଙ୍କା ମିଶାଇ ଘ‌ର କରିଥିଲେ । ଦାନା , ଚିଆଁ ଓ ଔଷଧପତ୍ର ଖର୍ଚ୍ଚ ବାବଦରେ ବାକି ୭୦ ହଜାର ଟଙ୍କା ଚେକ ପାଇବା ପାଇଁ ଶ୍ରୀ ଖଟୋଇ ବାରମ୍ବାର ପିପିଲି ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଦୌଡ଼ିଥିଲେ । ହେଲେ ଶ୍ରୀ ବେହେରା ଅଢ଼େଇ ହଜାର ଟଙ୍କା ନଦେଲେ ଚେକ ମଂଜୁର ହେବ ନାହିଁ କହି ହଇରାଣ ହରକତ କରିଥିଲେ । ଶେଷରେ ଶ୍ରୀ ଖଟେଇ ନିରାଶ ହୋଇ ଭୁବନେଶ୍ବର ଭଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

ଯୋଜନା ଅନୁଯାୟୀ ଶ୍ରୀ ଖଟୋଇ ଟଙ୍କା ଦେବା ପାଇଁ ତାଙ୍କୁ ଉତରାଛକ ନିକଟସ୍ଥ ସରଦେଇପୁର ରାସ୍ତାକୁ ଫୋନ କରି ଡାକିଥିଲେ । ଶ୍ରୀ ବେହେରା ପହଞ୍ଚି ଲାଞ୍ଚ ଟଙ୍କା ନେଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ନେଇଥିଲେ । ଉଲ୍ଲେଖଯୋଗ୍ୟ ପୂର୍ବରୁ ଶ୍ରୀ ବେହେରା ବାଳକାଟି ପ୍ରାଣୀ ଚିକିତ୍ସାଳୟରେ ଆଡ଼ିସନାଲ ବିଭିଓ ଥିବା ବେଳେ ବିଭିନ୍ନ ଅନିୟମିତତାରେ ଛନ୍ଦି ହୋଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଜିଲ୍ଲା ଦପ୍ତରର ଅଧିକାରୀବୃନ୍ଦ ଏହାର ତଦନ୍ତ କରିଥିଲେ । ଆଡ଼ିସନାଲ ଏସ ପି ଅକ୍ଷୟ କୁମାର ମିଶ୍ରଙ୍କ ତତ୍ବାବଧାନରେ ୬ ଜଣିଆ ଟିମ ଚଢ଼ଉରେ ସାମିଲ ଥିଲେ ।

ସମ୍ବନ୍ଧିତ ଖବର