ସିଆରପିଏଫ୍‌ରେ ଚାକିରି କରାଇ ଦେବାକୁ କହି ୩ ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର : ସିଆରପିଏଫ୍‌ରେ ଚାକିରି କରାଇ ଦେବାକୁ କହି ୩ ଲକ୍ଷ ଟଙ୍କା ଠକେଇ। ଏ ନେଇ ଠକେଇର ଶିକାର ହୋଇଥିବା କରୁଣାକର ବେହେରା ନାମକ ଜଣେ ବ୍ୟକ୍ତି ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଜାରି ରଖିଛି। ପାଣ୍ଡରା ଅଞ୍ଚଳର କରୁଣାକରଙ୍କ କହିବା ଅନୁଯାୟୀ, ତାଙ୍କ ଘର ନିକଟରେ ବଳରାମ ଦାସ ନାମକ ଜଣେ ଯୁବକ ଭଡ଼ାରେ ରହୁଥିଲେ। ସେ ନିଜକୁ ସିଆର୍‌ପିଏଫ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ପରିଚୟ ଦେଉଥିଲେ। କରୁଣାକର ତାଙ୍କ ପୁଅକୁ ସିଆରପିଏଫ୍‌ ଚାକିରି କରାଇ ଦେବା ପାଇଁ ବଳରାମଙ୍କୁ କହିଥିଲେ। ବଳାରାମ ଏ ବାବବଦରେ ୩ ଲକ୍ଷ ଟଙ୍କା ମାଗିଥିଲେ। କରୁଣାକର ୩ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ହଠାତ୍‌ ଦିନେ ବଳରାମ ଘର ଭଡ଼ା ଛାଡ଼ି କେଉଁ ଆଡ଼େ ପଳାଇଥିଲେ।

ସମ୍ବନ୍ଧିତ ଖବର