କୋରାପୁଟ: ଅସୁରକ୍ଷିତ କୋରାପୁଟ। ଦିନ ଦ୍ୱିପ୍ରହରରେ ଟ୍ରାଫିକ ଛକରେ ଜଣେ ଦଂପତିଙ୍କ ଠାରୁ ଝାମ୍ପି ନେଲେ ତିନି ଲକ୍ଷ ଟଙ୍କା। ତେବେ ଦୁଇ ଲୁଟେରାଙ୍କର ଲୁଟ ବେଳର ସିସିଟିଭିରେ କିଛି ଦୃଶ୍ୟ କଏଦ ହୋଇଛି।
ସୂଚନା ଅନୁଯାୟୀ କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ପର୍ଶୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଟ୍ରାଫିକ ଛକରେ ଝାମ୍ପି ନେଲେ ଦୁର୍ବୃତ୍ତ। କୋରାପୁଟ ସହର ରେ ରହିଥିବା ଏଚଡ଼ିଏଫ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଟ୍ରାଫିକ ଛକ ରାସ୍ତା କଡରେ ଥିବା ଦୋକାନରେ କିଛି ପରିବା କିଣିସାରି ଘରକୁ ଫେରୁଥିବା ସମୟରେ ଗୋଟେ ବାଇକରେ ଦୁଇ ଜଣ ଯୁବକ ଜଣେ ହେଲମେଟ ପିନ୍ଧିଥିବା ବେଳେ ଆଉ ଜଣେ ମୁଣ୍ଡରେ ଟୋପି ପିନ୍ଧି ହଟାତ ତାଙ୍କ ସ୍ତ୍ରୀ ଧରିଥିବା ବ୍ୟାଗକୁ ଝାମ୍ପି ନେଇ ଗୁଣ୍ଡିଚା ମନ୍ଦିର ଆଡକୁ ପଳାଇଥିଲେ।
ଏନେଇ ପର୍ଶୁ ମୁଦୁଲି କୋରାପୁଟ ଟାଉନ ଥାନାରେ ଜଣାଇ ଥିଲେ। ସହରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ବ୍ୟାଙ୍କର ସିସିଟିଭି ଫୁଟେଜ ଯାଞ୍ଜ କରିଛି ପୁଲିସ। କୋରାପୁଟ ସହରରେ ଲାଗିଥିବା ସିସିଟିଭି ଅଧାରୁ ଅଧିକ ଖରାପ ହୋଇ ପଡିଥିବାରୁ ଖସି ପଳାଇଛନ୍ତି ଦୁର୍ବୃତ୍ତ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଦିନ ଦ୍ୱିପ୍ରହରରେ ଲୁଟପାଟ କରିବାରେ ସଫଳ ହେଉଛନ୍ତି। ଦିନ ଦ୍ୱିପ୍ରହରରେ ଜନଗହଳି ସ୍ଥାନରେ ଯେଉଁଠି ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/IMG-20230131-WA0024-1.jpg)