୩ ମାସରେ ଟଙ୍କା ଡବଲ ହେବ କହି ୫ ଲକ୍ଷ ଲୁଟ୍‌

ଧଉଳି : ନିଜକୁ ବେଙ୍ଗାଲୁରୁରେ ଥିବା ଏକ ସଂସ୍ଥାର ଅଧିକାରୀ ଭାବେ ପରିଚୟ ଦେଇ ସେଠାରେ ଟଙ୍କା ଜମା କଲେ ମାତ୍ର ୩ ମାସରେ ଦୁଇଗୁଣା ହେବାର ଲୋଭ ଦେଖାଇ ଜଣେ ଯୁବକ ଶିଶୁପାଳ ଅଞ୍ଚଳରେ ରହୁଥିବା ଜଣେ ଛାତ୍ର ସୂର୍ଯ୍ୟକାନ୍ତ ବିଶ୍ବାଳଙ୍କ ନିକଟରୁ ୫ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ ହୋଇଛି। ଯୁବକଙ୍କ କଥାରେ ଭଳିଯାଇ ଏଭଳି ଠକେଇର ଶିକାର ହୋଇଥିବା ସୂର୍ଯ୍ୟକାନ୍ତଙ୍କ ବାପା ସରୋଜ ବିଶ୍ବାଳ ଆଜି ରାତିରେ ଏ ସଂପର୍କରେ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂର୍ଯ୍ୟକାନ୍ତ ଓ ତାଙ୍କ ବାପା ସରୋଜଙ୍କଠାରୁ ସବୁ ଘଟଣା ଶୁଣିବା ପରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର