ଠିକା କଂପାନିର କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଲୁଟିଲେ ୬ ଲକ୍ଷ ଟଙ୍କା!

ରାଉରକେଲା: ଠିକା କଂପାନିର କର୍ମଚାରୀଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ଶୁକ୍ରବାର ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏନ୍‌ଏଚ୍‌ ସାମଲ ବ୍ରଦର୍ସ କଂପାନିରେ କ୍ୟାସିୟର ଭାବେ କାର୍ଯ୍ୟରତ ପିତବାସ ପାତ୍ର ଆଜି ପୂର୍ବାହ୍ଣ ୧୧ଟା ୩୦ରେ ସିଭିଲ ଟାଉନସିପ୍‌ସ୍ଥି ଆଇସିଆସିଆଇ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। ଶ୍ରମିକଙ୍କୁ ଟଙ୍କା ପେମେଣ୍ଟ କରିବା ପାଇଁ ସେ ବ୍ୟାଙ୍କର ଶାଖାରୁ ୬ ଲକ୍ଷ ୫୦ ହଜାର ଟଙ୍କା ନେଇ ଚାଲିଚାଲି ନିଜ ଅଫିସ୍‌କୁ ଫେରୁଥିଲେ।

ସିଭିଲ ଟାଉନ୍‌ସିପ୍‌ର ଶନିମନ୍ଦିର ନିକଟରେ ପିତବାସ ଚାଲିଚାଲି ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅନୁସରଣ କରିଥିଲେ। ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ହଠାତ୍‌ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଲୁଟ୍‌ ନେଇ ଥାନାରେ ଅଭିଯୋଗ ହେବା ପରେ ରଘୁନାଥପାଲି ପୁଲିସ ଆଇସିଆଇସିଆଇ ବ୍ୟାଙ୍କ ଯାଇ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇଛି।

ସମ୍ବନ୍ଧିତ ଖବର