ଟ୍ରଙ୍କ୍‌ ଭାଙ୍ଗି ୬୦ ହଜାର ଟଙ୍କା ଚୋରି

ଖଣ୍ଡଗିରି : ସୋମବାର ସକାଳୁ ସକାଳୁ ଜଣଙ୍କ ଘରେ ପଶି କେହି ଦୁର୍ବୃତ୍ତ ଟ୍ରଙ୍କ୍‌ ଭାଙ୍ଗି ୬୦ ହଜାର ଟଙ୍କା ଲୁଟ୍‌ କରିଥିବା ନେଇ ଯାଁଳା ଫାଣ୍ଡିରେ ଅଭିଯୋଗ ହୋଇଛି। ଚୋରିର ଶିକାର ହୋଇଥିବା ବ୍ୟକ୍ତି ହେଲେ ଯାଁଳାରେ ରହୁଥିବା ନୟାଗଡ଼ର ସନାତନ ପ୍ରଧାନ। ସୂଚନାନୁସାରେ ସନାତନଙ୍କ ସ୍ତ୍ରୀ ଓ ପୁଅ ଗତ ଦୁଇ ଦିନ ହେଲା ନୟାଗଡ଼ ଯାଇଥିଲେ। ତେଣୁ ସନାତନ ଘର ତାଲା ପକାଇ କାମକୁ ଚାଲି ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାବେଳେ ତାଙ୍କ ସ୍ତ୍ରୀ ଓ ପୁଅ ନୟାଗଡ଼ରୁ ଫେରିବା ପରେ ଘର ଖୋଲା ଥିବା ଓ ଭିତରେ ଟ୍ରଙ୍କ ଭଙ୍ଗା ହୋଇଥିବା ଦେଖି ସନାତନଙ୍କୁ ଫୋନ୍‌ କରିଥିଲେ। ସେ ଆସିବା ପରେ ଜଣାପଡ଼ିଲା ଯେ ଟ୍ରଙ୍କ୍‌ରୁ ୬୦ ହଜାର ଟଙ୍କା କେହି ଚୋରି କରି ନେଇଛି। ଘର ଭିତରେ ଅନ୍ୟ ସ୍ଥାନରେ ସୁନାଗହଣା ଓ ଆଉ କିଛି ଟଙ୍କା ଉପରେ ଚୋରର ନଜର ପଡ଼ିନାହିଁ। ଗତ କିଛି ଦିନ ହେଲା ଯାଁଳାରେ ଘନଘନ ଚୋରି ହେଉଥିବାବେଳେ ଆଜି ସକାଳୁ ସକାଳୁ ଘଟିଥିବା ଏହି କାଣ୍ଡ ପାଇଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର