ଘୁ.ଉଦୟଗିରି: ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ ଅନେକ ଯୁବକଯୁବତୀ ଘୁରି ବୁଲୁଛନ୍ତି। ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତମାନଙ୍କୁ ଟା‌ର୍ଗେଟ୍‌ କରି ସେମାନେ ଠକେଇ କରୁଛନ୍ତି। କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମକବାଲି ଗ୍ରାମର ମହିଳା ଗ୍ରୁପକୁ ଋଣ କରେଇ ଦେବ କହି ଜଣେ ଠକ ୮୭୫୦ ଟଙ୍କା ନେଇ ଫେରାର ମାରିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ ଉତ୍କଳ ଗ୍ରାମ୍ୟ ସ୍ମଲ ଫାଇନାନ୍ସ କମ୍ପାନିର କର୍ମଚାରୀ କହି ଜଣେ ଲୋକ କିଛିଦିନ ହେବ ମକବାଲି ଗ୍ରାମକୁ ଯାଇ ମହିଳାମାନଙ୍କ ସହ ଋଣ କରେଇ ଦେବ ବୋଲି ଆଲୋଚନା କରିଥିଲା। ସେଥି ପାଇଁ ମହିଳାମାନେ ୧୭୫୦ ଟଙ୍କା ଲେଖାଏଁ ଦେବାକୁ ହେବ ‌ବୋଲି କହିଥିଲା। ଶୁକ୍ରବାର ମହିଳାମାନଙ୍କୁ ଘୁ.ଉଦୟଗିରି ସ୍ଥିତ ଏକ ଲଜ ନିକଟକୁ ଆସିବାକୁ କହିଥିଲା। ଋଣ ପାଇବା ଆଶାରେ ମହିଳାମାନେ ଏକ ଅଟୋରେ ଘୁ.ଉଦୟଗିରି ଠାରେ ପହଁଚି ଉକ୍ତ କର୍ମଚାରୀଙ୍କୁ ଫୋନ କରି କଥା ହୋଇଥିଲେ ଓ ଏକ ଆକାଉଣ୍ଟ ନମ୍ବର ଦେଇ ଜଣ ପିଛା ୧୭୫୦ ଟଙ୍କା ଲେଖାଏଁ ଆକାଉଣ୍ଟ ନମ୍ବର ୩୬୫୩୨୬୦୩୯୧୭ରେ ଜମା କରିଥିଲେ। 

ଋଣ ମିଳିବା ଲୋଭରେ ସ୍ଥାନୀୟ ଏକ ଜନସେବା କେନ୍ଦ୍ରକୁ ଯାଇ ସେଠାରୁ ମହିଳା ମାନେ ସମୁଦାୟ ୮୭୫୦ ଟଙ୍କା ଉକ୍ତ ଆକାଉଣ୍ଟରେ ଜମା କରିଥିଲେ। କିଛି ସମୟ ଅପେକ୍ଷା କରିବା ପରେ ମଧ୍ୟ ଉକ୍ତ ଉତ୍କଳ ଗ୍ରାମ୍ୟ ସ୍ମଲ ଫାଇନାନ୍ସ କର୍ମଚାରୀ ଆସିନଥିଲେ କି ଫୋନ ମଧ୍ୟ ରିସିଭ୍ କରିନଥିଲେ।

ଠକର ଚାଲବାଜୀକୁ ମହିଳାମାନେ ବୁଝି ପାରିନଥିଲେ। ଋଣ ମିଳିବା ଲୋଭରେ ସ୍ଥାନୀୟ ଏକ ଜନସେବା କେନ୍ଦ୍ରକୁ ଯାଇ ସେଠାରୁ ମହିଳା ମାନେ ସମୁଦାୟ ୮୭୫୦ ଟଙ୍କା ଉକ୍ତ ଆକାଉଣ୍ଟରେ ଜମା କରିଥିଲେ। କିଛି ସମୟ ଅପେକ୍ଷା କରିବା ପରେ ମଧ୍ୟ ଉକ୍ତ ଉତ୍କଳ ଗ୍ରାମ୍ୟ ସ୍ମଲ ଫାଇନାନ୍ସ କର୍ମଚାରୀ ଆସିନଥିଲେ କି ଫୋନ ମଧ୍ୟ ରିସିଭ୍ କରିନଥିଲେ। ବହୁ ସମୟ ଅପେକ୍ଷା ପରେ ମହିଳାମାନେ ସ୍ଥାନୀୟ ପୁଲିସ ଷ୍ଟେସନକୁ ଯାଇଥିଲେ। କିନ୍ତୁ ସେମାନଙ୍କ ଘର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ହୋଇଥିବାରୁ ସେମାନଙ୍କୁ ସେଠାରେ ଅଭିଯୋଗ କରିବାକୁ କହିଥିଲେ ଥାନା କର୍ମଚାରୀ।

ଲୋକେ ଠକେଇର ଶିକାର ନହେବେ ବୋଲି ସରକାର ସଚେତନତା ବାର୍ତ୍ତା ଦେଉଛନ୍ତି। ଗଣମାଧ୍ୟମରେ ପ୍ରତ୍ୟେକ ଦିନ ଠକେଇ ସଂପର୍କିତ ଖବର ଦେଖିବାକୁ ମିଳୁଛି। ବର୍ତ୍ତମାନ୍ ବିଭିନ୍ନ ଫାଇନାନ୍ସ କମ୍ପାନି ମହିଳାମାନଙ୍କୁ ଋଣ ଯୋଗାଇ ଦେଉଛନ୍ତି। ‌ତେବେ ଋଣ ଦାତା କଂପାନି ନାମରେ କିଛି ଖଳ ପ୍ରକାରର ଲୋକେ ନିରୀହ ଜନତାଙ୍କୁ ଠକୁଛନ୍ତି। ପ୍ରଶାସନ ଏ ନେଇ ଅଞ୍ଚଳରେ ବେସରକାରୀ ଭାବେ ଆର୍ଥିକ କାରବାର କରୁଥିବା ସଂସ୍ଥା ଗୁଡ଼ିକୁ ଚିହ୍ନଟ କରି ସେମାନଂକ ଯାଞ୍ଚ କରିବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି।