ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ସଦର ମୁଖ୍ୟ ବଜାରରେ ପୁଣି ଏକ ଦୋକାନରୁ ତାଲା ଭାଙ୍ଗି ଚୋରି ହୋଇଛି। ବିଳମ୍ବିତ ରାତ୍ରରେ ଏକ ଫ୍ୟାନ୍ସି ଦୋକାନ ତାଲା ଭାଙ୍ଗି ୯୦ ହଜାର ଟଙ୍କା ଚୋରି କରି ନେଇଥିବା ଦୋକାନ ମାଲିକ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଗତ ୧୧ ଦିନ ମଧ୍ୟରେ ଡାବୁଗାଁ ଥାନା ଅଂଚଳରେ ଏହା ଦ୍ଵିତୀୟ ବଡ ଚୋରି ଘଟଣା ହୋଇଥିବା ବେଳେ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
ତାଲା କାଟି ପଶିଲେ ଦୁର୍ବୃତ୍ତ
ସୂଚନା ଅନୁଯାଇ ଡାବୁଗାଁ ମୁଖ୍ୟ ବଜାର ଷ୍ଟେଟ ବ୍ୟାଙ୍କ୍ ନିକଟରେ ଥିବା ସାନିଆ ଫେନସି ଦୋକାନ ମାଲିକ ସାନିଆ ଦଳେଇ ପ୍ରତିଦିନ ପରି ଗତକାଲି ଶୁକ୍ରବାର ରାତ୍ର ୮ ଘଣ୍ଟ ସମୟ ରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପ୍ରତିଦିନ ସେ ରାତ୍ର ଭୋଜନ ପରେ ଦୋକାନକୁ ଶୋଇବା ପାଇଁ ଆସୁଥିବା ବେଳେ ଶୁକ୍ରବାର ଦିନ ହଠାତ୍ ବାପାଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିବାରୁ ସେ ଆଉ ଦୋକାନକୁ ଶୋଇବାକୁ ଆସି ପାରି ନଥିଲେ। ବିଳମ୍ବିତ ରାତ୍ରରେ ଦୃର୍ବୁତ୍ତ ଆସି ଡାବୁଗାଁ ବସ୍ତିକୁ ଯିବା ମୁଖ୍ୟରାସ୍ତା ଉପରେ ଥିବା ଦୋକାନର ତିନୋଟି କବାଟ ତାଲା ମଧ୍ୟରୁ ଗୋଟିଏ ତାଡ଼ି ପ୍ରବେଶ କରିଥିଲେ। ଦୋକାନ ଡ୍ର ମଧ୍ୟରେ ଦୋକାନୀ ସାନିଆ ରଖିଥିବା ୯୦ ହଜାର ଟଙ୍କା ଚୋରି କରି ଦୃର୍ବୁତ୍ତମାନେ ସେଠାରୁ ଚଂପଟ ମାରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଦୋକାନ ମଧ୍ୟରେ ମୂଲ୍ୟବାନ ଜିନିଷ ଥିଲେ ସୁଦ୍ଧା ଏକା ଥରକେ ୯୦ ହଜାର ଟଙ୍କା ପାଇବା ପରେ କୌଣସି ଜିନିଷ କୁ ନ ଛୁଇଁ ଦୃର୍ବୁତ୍ତ ସେଠାରୁ ଚାଲି ଯାଇଥିଲେ।
ଆହୁରି ପଢ଼ନ୍ତୁ: Hasina exposes Yunus: ୟୁନୁସ୍ଙ୍କର ପର୍ଦ୍ଦାଫାସ୍ କଲେ ହସିନା: ବିଶ୍ବ ସମ୍ମୁଖରେ ଖୋଲିଲେ ମୁଖା
ପୁଲିସ ଠାରୁ ୧୦୦ ମିଟର ଦୂରରେ ଚୋରି
ଡାବୁଗାଁ ମୁଖ୍ୟ ରାସ୍ତା, ଷ୍ଟେଟ ବ୍ୟାଙ୍କ ନିକଟ ସହ ପୁଲିସ ଫାଣ୍ଡିର ଦୂରତା ୧୦୦ ମିଟରରୁ ମଧ୍ୟ କମ୍ ଥିବା ବେଳେ ଦୃର୍ବୁତ୍ତ ଦୋକାନ ଭାଙ୍ଗି ଚୋରି କରିବା ସାଧାରଣରେ ଆଶ୍ଚର୍ଯ୍ୟ କରିଛି। ପୁଲିସ ଫାଣ୍ଡି ନିକଟରେ ରାତ୍ର ପେଟ୍ରୋଲିଂ ପାଇଁ ପୁଲିସ ସହ ହୋମ ଗାର୍ଡ ମୃତୟନ କରାଯାଉଥିଲେ ସୁଦ୍ଧା ଢିଲା ପେଟ୍ରୋଲିଂ ବ୍ୟବସ୍ଥା ଯୋଗୁ ଦୃର୍ବୁତ୍ତ ମାନେ ଅନାୟାସରେ ଚୋରି କରି ନେଇଥିବା ଡାବୁଗାଁ ରେ ଚର୍ଚ୍ଚା ହେଉଛି। ଗତ ୨୮ ନଭେମ୍ବର ରେ ବଡ ଓଲମା ଗ୍ରାମର ବାଇକ ରେ ଆସୁଥିବା କିୟୋସ୍କ ବ୍ୟାଙ୍କ କର୍ମଚାରୀ ବସନ୍ତ ବିଶୋଇ ଙ୍କୁ ଦିନ ୧୦ ଘଣ୍ଟ ସମୟରେ ଦୃର୍ବୁତ୍ତ ମାନେ ଅଟକାଇ ଆଖିରେ ଲଙ୍କା ଗୁଣ୍ଡ ପକାଇ ୧ ଲକ୍ଷ ୧୮ ହଜାର ଟଙ୍କା ସହ ତିନୋଟି ଲାପଟପ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ ସେହି ଦୃର୍ବୁତ୍ତ ଙ୍କୁ ଧରିବାରେ ସକ୍ଷମ ହୋଇ ନାହାନ୍ତି। ଠିକ୍ ୧୧ ଦିନ ପରେ ପୁଣି ଡାବୁଗାଁ ସଦର ମୁଖ୍ୟ ରାସ୍ତାର ଏକ ଦୋକାନରୁ ଚୋରି ପରେ ପୁଲିସ ର ମୁଣ୍ଡ ବ୍ୟଥା ବଡିଛି। ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକ ନିକଟରେ ରାତ୍ର ପେଟ୍ରୋଲିଂ କୁ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: House Collapsed: କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/08/dabugaon-2025-11-08-19-35-43.jpg)