ହତ୍ୟା ମାମଲାରେ ଗିରଫ ହୋଇ ଜାମିନରେ ଆସିଥିବା ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ଛୁରୀ ଭୁସି ହତ୍ୟା

ଗୁରୁଭୟୁର: କେରଳର ତ୍ରିଶୁର ଜିଲ୍ଲାର ଗୁରୁଭୟୁର ସହରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ଜଣେ ସଦସ୍ୟଙ୍କୁ ସିପିଏମ୍‌ କର୍ମକର୍ତ୍ତା ରବିବାର ଅପରାହ୍ନରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଆନନ୍ଦନ(୨୩)। ଆନନ୍ଦନ ମୋଟର ସାଇକେଲ୍‌ ଚଳାଉ ଥିବା ବେଳେ ତାଙ୍କୁ ସିପିଏମ୍‌ ଦଳର କିଛି କର୍ମକର୍ତ୍ତା କାର୍‌ରେ ଆସି ତାଙ୍କୁ ଅଟକାଇବା ସହ ଛୁରୀ ଭୁସି ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ବି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆନନ୍ଦନଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଆନନ୍ଦନଙ୍କୁ ନିର୍ଦ୍ଦିଷ୍ଟ କିଏ ଛୁରୀ ଭୁସିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ବ୍ରହ୍ମକୁଲମ୍‌ର ନିବାସୀ ଆନନ୍ଦନ ୨୦୧୩ ମସିହାରେ ଜଣେ ସିପିଏମ୍‌ କର୍ମକର୍ତ୍ତାଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଆନନ୍ଦନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ୨୦୦୧ ମସିହା ପରଠାରୁ ସମୁଦାୟ ୧୨୦ ବିଜେପି କର୍ମକର୍ତ୍ତାଙ୍କ ହତ୍ୟା ହୋଇ ସାରିଲାଣି।

ସମ୍ବନ୍ଧିତ ଖବର