ଚେନ୍ନାଇ/ତିରୁବନ୍ନମଲାଇ: ଦକ୍ଷିଣ ଚେନ୍ନାଇର ୧୯୦ କିଲୋମିଟର୍ ଦୂରରେ ଥିବା ତୀର୍ଥ ନଗରୀକୁ ଭ୍ରମଣରେ ଯାଇଥିବା ଜଣେ ୨୧ ବର୍ଷୀୟ ରୁଷୀୟ ଯୁବତୀଙ୍କୁ ନିଶା ଔଷଧ ଦିଆଯାଇ ଏକ ସର୍ଭିସ୍ ଆପାର୍ଟମେଣ୍ଟ୍ରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ହୋଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି।
ତଦନ୍ତକାରୀମାନେ ୬ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଚେତା ହରାଇଥିବା ସେ ରୁଷୀୟ ଯୁବତୀଙ୍କୁ ସୋମବାର ଦିନ ଡାକ୍ତରଖାନା ନେଇଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପୁଲିସରେ ଖବର ଦେଇଥିଲେ।
ତିରୁବନ୍ନାମଲାଇ ଟାଉନ୍ ପୁଲିସ ସବ୍-ଇନ୍ସ୍ପେକ୍ଟର୍ ଜେ ଇଲ୍ଲାବରାସି ଆଇପିସି ଧାରା ୩୭୬ ଏବଂ ଧରା ୫୧୧ ଆଧାରରେ ଏକ ମାମଲା ରୁଜୁ କରିଛି।
ପୁଲିସ ବକ୍ତବ୍ୟକୁ ଉଦ୍ଧାର କରି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି: ଡାକ୍ତରୀ ରିପୋର୍ଟରେ ଉଲ୍ଲେଖ ଅଛି କି, ଉକ୍ତ ଯୁବତୀଙ୍କ ମୁହଁ ଏବଂ ହାତରେ କାମୁଡ଼ା ଚିହ୍ନ ଓ ଦେହର ଉପର ଅଂଶରେ ଆମ୍ପୁଡ଼ା ଦାଗ ରହିଛି। ଦୁଷ୍କର୍ମ ମଧ୍ୟ କରାଯାଇଛି। ଆପାର୍ଟମେଣ୍ଟ୍ରୁ ତଦନ୍ତକାରୀମାନେ ନିଶା ଔଷଧ ଜବତ କରିଛନ୍ତି।
ଛଅ ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣେ ପୁଲିସକୁ କହିଛି କି, ସେ ଯୁବତୀଙ୍କ ସହ ଗୋଟିଏ ମନ୍ଦିର ଏବଂ ଆଶ୍ରମକୁ ଯାଇଥିଲେ।
ସେ ଯୁବତୀ କୁଆଡ଼େ ଶନିବାର ରାତିରେ ତାଙ୍କୁ ଆପାର୍ଟମେଣ୍ଟ୍କୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ବୋଲି ଜଣେ ପୁଲିସବାଲା କହୁଛନ୍ତି। ଅଭିଯୁକ୍ତ କହୁଛନ୍ତି କି, ସେ ରାତିରେ ଓ ତହିଁ ଆରଦିନ ପରସ୍ପର ସହମତିରେ ତାଙ୍କର ମିଳନ ହୋଇଥିଲା। ସୋମବାର ଦିନ ସଞ୍ଜବେଳେ ଯୁବତୀଙ୍କ ପାଇଁ ପନିପରିବା ଓ ଫଳ ନେଇ ଆପାର୍ଟମେଣ୍ଟ୍କୁ ଫେରିବା ପରେ ସେ ତାଙ୍କୁ ଚେତା ହରାଇ ପଡ଼ିଥିବାର ଦେଖିଥିଲେ।