ଅନୈତିକ ସମ୍ପର୍କ ଅଭିଯୋଗ କାରଣରୁ ନିଜର ଗୁପ୍ତାଙ୍ଗ ଛେଦନ କଲେ ସାଧୁ

ଜୟପୁର: ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବାର ଅଭିଯୋଗ ଆସିବା କାରଣରୁ ରାଜସ୍ଥାନ ଅନ୍ତର୍ଗତ ଚୁରୁ ଜିଲ୍ଲାର ଜଣେ ୩୨ ବର୍ଷିୟ ସାଧୁ ମଙ୍ଗଳବାର ଦିନ ନିଜର ଗୁପ୍ତାଙ୍ଗ ଛେଦନ କରି ପକାଇଛନ୍ତି।

ପୁଲିସ କହିବା ଅନୁସାରେ, ମଙ୍ଗଳବାର ସକାଳେ ସନ୍ତୋଷ ଦାସ ନିଜର ଗୁପ୍ତାଙ୍ଗ ଛେଦନ କରି ପକାଇଛନ୍ତି।

ତାରାନଗର ଷ୍ଟେସନ୍‌ ହାଉସ୍‌ ଅଧିକାରୀ ରାମଚନ୍ଦ୍ର କହନ୍ତି: ଜଣେ ଆତ୍ମଘୋଷିତ ବାବାଙ୍କ ସହଯୋଗୀ ଭାବେ ଦାସ ତାରାନଗର ଆଶ୍ରମରେ ବାସ କରନ୍ତି। ସକାଳେ ଆମେ ସୂଚନା ପାଇଲୁ ଯେ ସେ ନିଜର ଗୁପ୍ତାଙ୍ଗ ଛେଦନ କରି ପକାଇଛନ୍ତି।

ପୁଲିସ ଅଧିକାରୀଜଣକ କହିଛନ୍ତି: ତୁରନ୍ତ ସାଧୁଙ୍କୁ ଏକ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟଜନକ ହେବାରୁ ଡାକ୍ତରମାନେ ଦାସଙ୍କୁ ବିକାନେରସ୍ଥିତ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଛନ୍ତି। ଏଭଳି ପଦକ୍ଷେପ ସଂକ୍ରାନ୍ତରେ କିଛି ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ। ତାଙ୍କର ବୟାନ ରେକର୍ଡ କରାଯିବା ପରେ ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର