ପ୍ରେମବିବାହ ପରେ ପତ୍ନୀ ଗର୍ଭବତୀ ହେବା ଜାଣି ଫେରାର ହେଲା ପତି, ଦଣ୍ଡ ଦେବା ପାଇଁ ଖୋଜି ଖୋଜି ପହଞ୍ଚିଲା ପତ୍ନୀ

ସହରାନପୁର : ଉତ୍ତରପ୍ରଦେଶର ସହରାନପୁରରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ପ୍ରେମ ପରେ ବିବାହ କରି ସାରା ଜୀବନ ସାଥିରେ ରହିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ସ୍ତ୍ରୀ ଗର୍ଭବତୀ ଥିବା ଜାଣି ସ୍ୱାମୀ ଛାଡ଼ି ଚାଲି ଯିବା ଘଟଣା ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ପ୍ରେମ ବିବାହ କରି ମଧ୍ୟ ପ୍ରେମିକ ଏପରି କରି ପାରିବ ସେ କଥା ପ୍ରେମିକା କେବେ ଭାବି ନ ଥିବା ବେଳେ ପ୍ରେମିକ ଚାକିରି ଛାଡ଼ି ଗୁରୁଗ୍ରାମରୁ ସହରାନପୁରରେ ଥିବା ନିଜ ଗାଁକୁ ଚାଲି ଯାଇଥିଲା । କିନ୍ତୁ ପ୍ରେମିକା ଜଣକ ହାରି ନ ଯାଇ ସହରାନପୁର ଯିବା ସହ ଗୁରୁଗ୍ରାମ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Oneindia Hindi

ସୂଚନା ମୁତାବକ, ଏକ ଘରୋଇ କମ୍ପାନିରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଥିବା ଅଭିଯୁକ୍ତ ରହୁଥିବା ଘର ସାମ୍ନାରେ ଆଗ୍ରା ନିବାସୀ ଜଣେ ଯୁବତୀ ରହୁଥିଲେ । ଦୁଇ ଥର ଦେଖା ହେବା ପରେ ଧୀରେ ଧୀରେ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ି ଥିଲା । ଏହା ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରେମରେ ରୁପାନ୍ତର ହୋଇଥିଲା । କିଛି ଦିନ ସାଥୀରେ ରହିବା ପରେ ଗୁରୁଗ୍ରାମର ଏକ ମନ୍ଦିରରେ ଦୁଇ ଜଣ ବିବାହ କରିଥିଲେ । ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା । କିଛି ଦିନ ପରେ ପୀଡ଼ିତା ଗର୍ଭବତୀ ଥିବା ଅଭିଯୁକ୍ତଙ୍କୁ ଜଣାଇଥିଲେ ।  ଏହା ଜାଣିବା ପରେ ସେ ପୀଡ଼ିତାଙ୍କ ଠାରୁ ଦୂରରେ ରହିବା ଆରମ୍ଭ କରିଥିଲେ । ଶେଷରେ ଅନ୍ୟ କିଛି ବାଟ ନ ପାଇ ଚାକିରି ଛାଡ଼ି ନିଜ ଗାଁକୁ ଚାଲି ଯାଇଥିଲା ଯୁବକ । ଏ ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର