ନିର୍ବନ୍ଧ ହେବା ଜାଣି ପ୍ରେମିକାର ଭାବିସ୍ବାମୀ ଉପରେ ଏସିଡ ମାଡ କଲା ପ୍ରେମିକ

ସହାରନପୁର: ପ୍ରେମିକାର ଭାବିସ୍ବାମୀ ଉପରେ ଏସିଡ ମାଡ କଲା ପ୍ରେମିକ। ପ୍ରେମିକାର ଅନ୍ୟଜଣକ ସହ ନିର୍ବନ୍ଧ ହେବା ଜାଣି ଅଭିଯୁକ୍ତ ପ୍ରେମିକ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସହାରନପୁରର ଦେଓବନ୍ଦରେ ଘଟିଛି ଏଭଳି ଘଟଣା। ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହିତ ମିଶି ଦୁଇ ଦିନ ପୂର୍ବେ ଏଭଳି ଅପରାଧ କରିଥିବା କହିଛି ପୁଲିସ। ଘଟଣାକୁ ନେଇ ଅଭିଯୋଗ ହେବା ପରେ ତଦନ୍ତ କରି ଏହି ଅପରାଧରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

ଦେଓବନ୍ଦରେ ଏହି ଏସିଡ୍ ମାଡ ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଉଦୟ ଓରଫ ଭୋଲାଙ୍କ ସମେତ ୫ଜଣଙ୍କୁ ପୁଲିସ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ସେମାନଙ୍କ ଅପରାଧକୁ ସ୍ୱୀକାର କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏହି ଅପରାଧ କରିବା ପାଇଁ ଅଭିଯୁକ୍ତଙ୍କ ଦ୍ୱାରା ବ୍ୟବହୃତ କାର, ମୋଟରସାଇକେଲ ଏବଂ ଏସିଡ୍ ବୋତଲ ମଧ୍ୟ ପୁଲିସ ଜବତ କରିଛି।

ସୂଚନା ମୁତାବକ, ଦୁଇ ଦିନ ପୂର୍ବେ ଫେବ୍ରୁଆରି ୬ରେ ସହାରନପୁରର ଦେଓବନ୍ଦର ଗୋପାଳୀ ରାସ୍ତାରେ ଶୁଭମ୍ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଏସିଡ୍ ମାଡ଼ ହୋଇଥିଲା। ଏହି ଘଟଣା ଘଟାଇ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲେ। ଏସିଡ ମାଡ଼ ପ‌ରେ ଶୁଭମଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ପୁଲିସରେ ଅଭିଯୋଗ ହେବା ପରେ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ପୁଲିସ।

ସମ୍ବନ୍ଧିତ ଖବର