ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧର ପ୍ରଥମ ଫଟୋ ସାମ୍ନାକୁ ଆସିଛି।
ମୁମ୍ବାଇ ପୁଲିସ ପ୍ରତିକ୍ରିୟା ଦେଇ କହିଛି,‘ଅଭିନେତାଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ଚୋରି କରିବାର ଉଦ୍ଦେଶ୍ୟ ନେଇ ଫାୟର ଏଗଜିଟ ଶିଢ଼ି ଦେଇ ଘରେ ପ୍ରବେଶ କରି ଅନେକ ସମୟ ପର୍ଯ୍ୟନ୍ତ ଲୁଚି ରହିଥିଲା। ସନ୍ଦିଗ୍ଧ ଅଭିଯୁକ୍ତ ସେହି କୋଠାର ସିସିଟିଭି ଫୁଟେଜରେ କୈଦ ହୋଇଛି ଯାହାର ୧୨ତମ ମହଲାରେ ସୈଫ ତାଙ୍କ ପରିବାର ସହିତ ବସବାସ କରନ୍ତି। ଏହି କ୍ରମରେ ପୁଲିସ ୨୫ରୁ ୩୦ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି। ଏଥିପାଇଁ ୧୦ଟି ଟିମ ଗଠନ କରିଛି।
ଏହି ଛୁରାମାଡ଼ର ଘଟଣାର ତଦନ୍ତ କରୁଥିବା ପୁଲିସ କହିଛି, ‘ପୁଲିସ ସୈଫ ରହୁଥିବା ଅଞ୍ଚଳର ଡମ୍ପ ଡାଟା ବାହାର କରିଛି। ଏଥିରୁ ପୁଲିସ ଜାଣିବାକୁ ପାଇଥିଲା କି ଆକ୍ରମଣ ସମୟରେ କେଉଁକେଉଁ ନେଟୱାର୍କ ଉକ୍ତ ଅଞ୍ଚଳରେ ସକ୍ରିୟ ଥିଲା। ଏହାକୁ ଆଧାର କରି ପୁଲିସ ଆକ୍ରମଣକାରୀର ଚିହ୍ନଟ କରିଥିଲା।
ସନ୍ଦେହ କରାଯାଉଛି ଏହି ଆକ୍ରମଣକାରୀ ବିରୋଧରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରୁଜୁ ଥିବ। କାରଣ ଜଣେ ପ୍ରଶିକ୍ଷଣ ପ୍ରାପ୍ତ ଅପରାଧୀ ହିଁ କଡ଼ା ସୁରକ୍ଷା ବ୍ୟବସ୍ଥା ଚଖମା ଦେଇ ଏପରି ଘଟଣା ଘଟାଇପାରେ।