ସାଜିଦ୍‌ଙ୍କ ନାମରେ ଅଭିଯୋଗ ଆଣିଲେ ଆଉ ଜଣେ ନାୟିକା: କହିଥିଲେ ପୋଷାକ ଖୋଲିଲେ ମିଳିବ ଭୂମିକା

ମୁମ୍ବାଇ: ସିନେ ନିର୍ମାତା ସାଜିଦ୍‌ ଖାନଙ୍କ ବିରୋଧରେ ବହୁ ଯୌନ ନିର୍ଯାତନା ମାମଲା ରହିଥିବା ବେଳେ ଅଭିନେତ୍ରୀ ମନ୍ଦାନା କାରିମି ମଧ୍ୟ ତାଙ୍କ ବିରୋଧରେ ଆଉ ଏକ ଅଭିଯୋଗ ନେଇ ଠିଆ ହୋଇଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାରେ ସାକ୍ଷାତକାର ଦେଇ ମନ୍ଦାନା କହିଛନ୍ତି କି ସେ ଯେତେବେଳେ ୨୦୧୪ ମସିହାରେ ଚଳଚ୍ଚିତ୍ର ‘ହମ୍‌ସକଲ୍‌’ ବିଷୟରେ କଥା ହେବାକୁ ଯାଇଥିଲେ ସାଜିଦ୍‌ ତାଙ୍କୁ ଆପତ୍ତିଜନକ କଥା କହିଥିଲେ। ସେ ସାଜିଦ୍‌ ଖାନଙ୍କ ପାଖକୁ ତାଙ୍କ ମ୍ୟାନେଜର୍‌ଙ୍କ ସହ ଯାଇଥିଲେ। ପ୍ରଯୋଜକ ବାସୁ ଭଗ୍ନାନିଙ୍କୁ ଭେଟିବା ପରେ ମନ୍ଦାନା ସାଜିଦ୍‌ଙ୍କ ସହ ଏକ କକ୍ଷରେ ଥିଲେ ।

ମନ୍ଦାନା କହିଛନ୍ତି, ‘ସେ ମୋର ଫଟୋ ଦେଖିବା ପରେ ସୁନ୍ଦର ବୋଲି କହିବା ପରେ ମୋତେ ପୋଷାକ ଖୋଲିବାକୁ ହେବ ବୋଲି କହିଥିଲେ। ଯଦି ପୋଷାକ ଖୋଲିପାରିବେ ତେବେ ଚଳଚ୍ଚିତ୍ରରେ ଅଭିନୟ କରିବାର ଭୂମିକା ମିଳିବ ବୋଲି କହିଥିଲେ। ଯଦିଓ ମୁଁ ଅସହଜ ମନେ କରିଥିଲେ ତଥାପି ମୁଁ ମିଛରେ ହସିବାର ପ୍ରୟାସ କଲି। କାହିଁକି ନା ମ୍ୟାନେଜର୍‌ ମୋତେ କହିଥିଲେ କି ସେ ଜଣେ ବଡ଼ ନିର୍ଦ୍ଦେଶକ।’

ପୂର୍ବରୁ ମନ୍ଦାନା ‘କ୍ୟା ସୁପର୍‌ କୁଲ୍‌ ହେଁ ହମ୍‌’ର ନିର୍ଦ୍ଦେଶକ ଉମେଶ ଘଡ୍‌ଗେଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ କହିଛନ୍ତି କି ‘ନିର୍ଯାତନା କହିଲେ କେବଳ ସ୍ପର୍ଶ କରିବା ନୁହେଁ। ମାନଶିକ ଭାବେ ବି ନିର୍ଯାତନା ଦିଆଯାଇପାରେ। ସେ ମୋତେ ଡେଟିଂ କରିବାକୁ କହିଲେ। ମୁଁ ମନା କରିବାରୁ ସେଟ୍‌କୁ ଜଲ୍‌ଦି ଡାକିଲେ। ମେକ୍‌ଅପ୍‌ ନେବା ପରେ ଦୀର୍ଘ ସମୟ ଧରି ଅପେକ୍ଷା କରାଇଲେ। ଶେଷ ସମୟରେ ଗୀତର ଷ୍ଟେପ୍‌ ବଦଳାଇଲେ। ମୁଁ ପିନ୍ଧିବାକୁ ନ ଚାହୁଁଥିବା ପୋଷାକ ପିନ୍ଧିବାକୁ କହିଲେ। ପୂରାପୂରି ମୋ ଜୀବନକୁ ନର୍କ ବନାଇଦେଲେ।’

ସମ୍ବନ୍ଧିତ ଖବର