ନିଶାସକ୍ତ ଅବସ୍ଥାରେ ନାବାଳିକାଙ୍କ ସହ ଯୌନ ଅସଦାଚରଣ କରି ଫସିଲେ ପୁଲିସକର୍ମୀ

ପାଟ୍‌ନା : ବିହାରରେ ଜଣେ ପୁଲିସକର୍ମୀ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁଲିସ ଷ୍ଟେସନ ମଧ୍ୟରେ ଜଣେ ନାବାଳିକାକୁ ନିଶାସକ୍ତ ଅବସ୍ଥାରେ ଅସଦାଚରଣ କରିବା ଭଳି ଘଟଣା ସାମ୍ନାକୁ ଆସିବା ପରେ ବିହାର ପୁଲିସର ମୁଣ୍ଡ ତଳକୁ ନଇଁ ଯାଇଛି । ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ପୁଲିସକର୍ମୀଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି ।

Image result for sexually-harasses-minor-girl-inside-police-station"
politicosl.com

ସୂଚନା ମୁତାବକ, ଅଭିଯୁକ୍ତ ବେଦାନନ୍ଦ ଚୌଧୁରୀ ଘଟାହୋ ପୁଲିସ ଷ୍ଟେସନରେ ସବ୍‌-ଇନ୍ସପେକ୍ଟର ଭାବେ କାମ କରୁଥିଲେ । ଗୁରୁବାର ରାତିରେ ପାଟ୍ରୋଲିଂ କରି ଯିବା ପୂର୍ବରୁ ସେ ମଦ ପିଇଥିଲେ ବୋଲି ଜଣାପଡ଼ିଛି । ଏହି ସମୟରେ ଘଟାହୋ ପୁଲିସ ଷ୍ଟେସନରେ କାମ କରୁଥିବା ରୋଷେଇଆଙ୍କ ଝିଅକୁ ଦେଖି ତାଙ୍କ ସହ ଅସଦାଚରଣ କରିିଥିଲେ । ପୀଡ଼ିତାଙ୍କ ପାଟି ଶୁଣି ଅନ୍ୟ ପୁଲିସକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ବେଦାନନ୍ଦଙ୍କୁ କାବୁ କରିଥିଲେ । ଏଭଳି ଘଟଣା ପରେ ପୁଲିସକର୍ମୀଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଯାହା ପରେ ସେ ମଦ ପିଇଥିବା ସାମ୍ନାକୁ ଆସିବା ସହ ଅସଦାଚରଣ ଭଳି ଅପରାଧ ପାଇଁ ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର