ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରିଟିଏ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଏହା ସତ୍ତ୍ୱେ ବି ଅନେକ ଏଥିରେ ଅସଫଳ ହୋଇଥାଆନ୍ତି। ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆର ବ୍ୟାଙ୍କ ପିଓରେ ଭର୍ତ୍ତି ହେବାର ବିଭିନ୍ନ ମାମଲା ଦେଖିବାକୁ ମିଳୁଛି। ତେବେ ନିକଟରେ ବ୍ୟାଙ୍କ ପିଓ ଭର୍ତ୍ତି ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କ ଗଣିତରେ ଶୂନ ଥିବାର ଏକ ମାମଲା ସାମ୍ନାକୁ ଆସିଛି।
/sambad/media/post_attachments/wp-content/uploads/2018/01/office-08-300x192.jpg)
ପ୍ରକାଶିତ ଖବର ମୁତାବକ, ବ୍ୟାଙ୍କରେ ପିଓ ପଦବୀ ପାଇଁ ଚୟନ ହୋଇଥିବା ଜଣେ ବ୍ୟକ୍ତିଙ୍କ ଗଣିତରେ ଶୂନ ନମ୍ବର ଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଘଟଣାକୁ ନେଇ ଅନ୍ୟ ପ୍ରାର୍ଥୀମାନେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଥିଲେ।
ଜାନୁଆରୀ ୮ରେ ହାଇକୋର୍ଟ ଆଗାମୀ ଶୁଣାଣି ପାଇଁ ସମସ୍ତ ଦସ୍ତାବିଜକୁ ପ୍ରସ୍ତୁତ ରଖିବା ପାଇଁ ଆଦେଶ ଦେଇଛନ୍ତି। ଶୂନ ନମ୍ବର ରଖିଥିବା ପ୍ରାର୍ଥୀଙ୍କ ଚାକିରିକୁ ନେଇ ନିଷ୍ପତ୍ତି ନିଆଯିବ। ଏ ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ କ୍ୁହାଯାଇଛି, ବ୍ୟାଙ୍କ କଟ-ଅଫ କମ୍ କରିପାରେ। ଶୂନ ନମ୍ବର ରଖିଥିବା ଅଫିସର ହୋଇଥିବା ଘଟଣାରେ ଜଣେ ନୁହେଁ ତିନିଜଣ ସାମିଲ ଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/01/49161037-sbi_6-300x186.png)
ବ୍ୟାଙ୍କ ସମୟ ସମୟରେ ଏମିତି ଅନେକ ପଦବୀ ପୂରଣ ପାଇଁ ଖବର ବାହାର କରିଥାଏ। ଏହି କ୍ରମରେ ୨୩୧୩ଟ ପିଓ ପଦ ପ୍ରାର୍ଥୀ ଆବଶ୍ୟକ, ଇଚ୍ଛୁକ ପ୍ରାର୍ଥର ଆବେଦନ କରିପାରିବେ ବୋଲି ଏସ୍ବିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିରେ ୯ଲକ୍ଷ ପ୍ରାର୍ଥୀ ଆବେଦନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sbi_recruitment_01_1515927073_618x347-1.jpeg)