ଷ୍ଟଣ୍ଟ ଦେଖାଇବା ମହଙ୍ଗା ପଡ଼ିଲା, ସ୍କୁଲରୁ କଟିଲା ନାମ

ନୂଆଦିଲ୍ଲୀ: ଅନେକଥର ଷ୍ଟଣ୍ଟ ଦେଖାଇବା ମହଙ୍ଗା ପଡ଼ି ଯାଇଥାଏ। ଏମିକି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇଜଣ ପିଲା ସ୍କୁଲ ନଯାଇ ସ୍କୁଲ ପୋଷାକରେ ଷ୍ଟଣ୍ଟ ଦେଖାଉଥିବା ଦେଖିବାକୁ ମିଳିଥିଲାୁ। ତେବେ ଏହି ଷ୍ଟଣ୍ଟ ପାଇଁ ସେମାନଙ୍କ ନାମ ସ୍କୁଲରୁ କାଟି ଦିଆଯାଇଛି।

ନିକଟରେ ଷ୍ଟଣ୍ଟକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣା ଉତ୍ତରପ୍ରଦେଶର ବିଜନୋରର ବୋଲି ଜଣାପଡ଼ିଛି। ଏଠାରେ ଏକ ସ୍କୁଲରେ ପାଠପଢ଼ୁଥିବା ଦୁଇଜଣ ପିଲା ସ୍କୁଲ ନଯାଇ ନିକଟରେ ଥିବା ଏକ ଜଙ୍ଗଲକୁ ବୁଲିବାକୁ ଚାଲି ଯାଇଥିଲେ।

ଜଙ୍ଗଲରେ ଜଣେ ଅନ୍ୟ ଜଣକଙ୍କ ଉପରେ ପେଟ୍ରୋଲ ବମ୍ବ ପକାପକି ହୋଇ ମଜାମସ୍ତି କରୁଥିଲେ। ଏମିତି ଖେଳୁଥିବା ସମୟରେ ପେଟ୍ରୋଲ ବମ୍ବରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ର ଶିକାର ହୋଇଥି‌ଲେ। ତାଙ୍କ ଅଣ୍ଟାରେ ନିଆଁ ଲାଗିଯିବା ସହିତ ସେ ପିନ୍ଧିଥିବା ପୋଷାକ କିଛି ମାତ୍ରାରେ ଜଳି ଯାଇଥିଲା।

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍କୁଲ କର୍ତ୍ତୁପକ୍ଷ ଉକ୍ତ ପିଲା ଦ୍ବୟଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଦୁଇଜଣ ପିଲାଙ୍କ ନାମ ସ୍କୁଲରୁ କାଟି ଦେଇଥି‌ଲେ। ଏଥିସହିତ ସ୍କୁଲର ଅନ୍ୟ ପିଲାଙ୍କୁ ବି ସତର୍କ କରିଦେଇଥିଲେ କି, ଏମିତି କାମ ଯେପରି ସେମାନଙ୍କ ଭିତରୁ କେହି ବି ନକରନ୍ତି। ଯଦି ଏମିତି ଷ୍ଟଣ୍ଟ ଦେଖାଇବା ଅବସ୍ଥାରେ ଧରା ପଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଗୁରୁତର ଆହତ ଥିବା ବାଳକଙ୍କ ଚିକିତ୍ସା ଜାରି ରହିଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର