ଗୁରୁଗ୍ରାମ: ଦେଶରେ ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ପାଇଁ ଅନେକ ନିୟମ ତିଆରି କରାଯାଇଥିଲେ ମଧ୍ୟ ଦିନକୁ ଦିନ ଏହି ଅପରାଧ ବଢ଼ିବାରେ ଲାଗିଛି । ମହିଳାଙ୍କଠାରୁ ଆରମ୍ଭ କରି ଛେଳି, କୁକୁର, ଗାଈ ପର୍ଯ୍ୟନ୍ତ ସମସ୍ତେ, ସମାଜରେ ଦୁର୍ବଳ ମାନସିକତା ରଖୁଥିବା ଲୋକଙ୍କ ଶିକାର ପାଲଟୁଛନ୍ତି । ଗୁରୁଗ୍ରାମରେ ୨୦୧୬ରେ ସେଭଳି ଏକ ଘଟଣା ଘଟିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜଣେ ବସ୍ କଣ୍ଡକ୍ଟର ୪ବର୍ଷୀୟା ନାବାଳିକା ସହ ବସ୍ ଭିତରେ ଡିଜିଟାଲ ଦୁଷ୍କର୍ମ (ଗୋଟେ ବା ଦୁଇଟି ଆଙ୍ଗୁଳି ସାହାଯ୍ୟରେ ଦୁଷ୍କର୍ମ କରିବା) କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ସେହି ଘଟଣାକୁ ନେଇ ଅଦାଲତ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜରିମାନା ଦେବାକୁ କହିଛନ୍ତି । ଯଦି ଅଭିଯୁକ୍ତ ଜରିମାନା ରାଶି ଦେବାକୁ ବିଫଳ ହୁଅନ୍ତି, ତେବେ ତାଙ୍କୁ ଆହୁରି ୬ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟ ଦେଇଛନ୍ତି ।
/sambad/media/post_attachments/wp-content/uploads/2018/12/imprisonment_digital_rape_minor_haryana_gurugram_west_bengal_school_bus_fir_1544610974_725x725-1-300x140.jpg)
ସୂଚନା ମୁତାବକ, ୨୦୧୬ରେ ପୀଡ଼ିତା ଘରକୁ ଫେରୁଥିବା ବେଳେ ବସ୍ରେ କେହି ନଥିବାର ସୁଯୋଗ ନେଇ ବସ୍ କଣ୍ଡକ୍ଟର ଏଭଳି କୁକର୍ମ କରିଥିଲେ । ପରେ ପୀଡ଼ିତାଙ୍କୁ ତାଙ୍କ ଘର ଆଗରେ ଛାଡ଼ି ଅଭିଯୁକ୍ତ ସେଠାରୁ ଚାଲି ଯାଇଥିଲେ । କିଛି ସମୟ ପରେ ପୀଡ଼ିତା ନିଜ ଜଙ୍ଘରେ ଯନ୍ତ୍ରଣା ହେବା କଥା କହିବାରୁ ତାଙ୍କ ମାତା-ପିତା ଚିକିତ୍ସା ପାଇଁ ଡ଼ାକ୍ତରଖାନା ନେଇଥିଲେ । ଯାହା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା । ଅଭିଯୋଗ ହେବା ପରେ କଣ୍ଡକ୍ଟରକୁ ସଙ୍ଗେ ସଙ୍ଗେ ଗୁରୁଗ୍ରାମ ପୁଲିସ ଗିରଫ କରିଥିବା ବେଳେ ଦୁଇ ବର୍ଷ ପରେ ସୋମବାର ରାୟ ଶୁଣାଇଥିଲେ ଅଦାଲତ ।