ରୋହତକ୍ : ହରିୟାଣାର ରେୱାଡ଼ିରେ ଜଣେ ୭ ବର୍ଷୀୟା ସ୍କୁଲ୍ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି। ନାବାଳିକା ଜଣକ ସ୍କୁଲ୍ ଛୁଟି ପରେ ଘରକୁ ଫେରୁଥିଲା ବେଳେ ରାଜୁ ନାମକ ଜଣେ ୩୫ ବର୍ଷୀୟ ଲୋକ ତାଙ୍କୁ ଦୁଷ୍କର୍ମ କରିଥିଲା। ଅଭିଯୋଗ ପରେ ତାକୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ, ମାସେ ତଳେ ରେୱାଡ଼ିରେ ଜଣେ ୧୯ ବର୍ଷୀୟା ମେଧାବୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେପ୍ଟେମ୍ବର ୧୨ ତାରିଖରେ ଏହି ପୂର୍ବ ସିବିଏସ୍ଇ ଟପ୍ପର ଛାତ୍ରୀ କୋଚିଂ କ୍ଲାସ୍ କରିବାକୁ ଯାଉଥିବା ବେଳେ ତାଙ୍କୁ ଅପହରଣ କରିନିଆଯାଇ ୮ ଘଣ୍ଟା ଧରି କାର୍ ମଧ୍ୟରେ ଗଣଦୁଷ୍କର୍ମ କରାଯାଇଥିଲା। ଘଟଣାରେ ସମସ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।
ରେୱାଡ଼ିରେ ନାବାଳିକାକୁ ଦୁଷ୍କର୍ମ
/sambad/media/post_attachments/wp-content/uploads/2018/10/rape.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)