ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାର ଏକ ଘରୋଇ ସ୍କୁଲର ପରିଚାଳକ ଏବଂ ଅଧ୍ୟକ୍ଷଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସର ସୂଚନା ଅନୁଯାୟୀ ଅର୍ଥ ନେଣଦେଣକୁ ନେଇ ବିବାଦ ହେବାରୁ ଦୁଇ ଜଣଙ୍କର ହତ୍ୟା କରାଯାଇଥିଲା। ପୁଲିସ ଗତକାଲି ସ୍କୁଲ ପରିସରରେ ପୋତା ହୋଇଥିବା ସ୍କୁଲର ପରିଚାଳକ ଏବଂ ଅଧ୍ୟକ୍ଷଙ୍କ ଶବକୁ ଜବତ କରିଥିଲା।

Advertisment

ଘଟଣାରୁ ପ୍ରକାଶ ଯେ ଆଗ୍ରାର ବି ଆର ଆମ୍ବେଦକର ପବ୍ଲିକ ସ୍କୁଲର ପରିଚାଳକ ସୁରେନ୍ଦ୍ର କୁମାର ଲଭାନିୟା ଶୁକ୍ରବାର ଦିନ ତାଙ୍କ ସାଙ୍ଗ ତଥା ସ୍କୁଲର ଅଧ୍ୟକ୍ଷ ବିଜୟ କୁମାରଙ୍କ ସହ କେଉଁଆଡେ ଯାଇଥିଲେ। ହେଲେ ତା’ପରେ ସେ ଦୁହେଁ ଘରକୁ ଫେରି ନ ଥିଲେ। ଶନିବାର ଦିନ ସୁରେନ୍ଦ୍ରଙ୍କ ପରିଜନ ଥାନାରେ ଏତଲା ଦେଇଥିଲେ।

publive-image Photo-indiamart

ପରିଜନମାନଙ୍କ ମଧ୍ୟରୁ ଜଣେ ସଦସ୍ୟ ଧୀରଜ ନାମକ ଜଣେ ଯୁବକର କାର୍ଯ୍ୟ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ପୁଲିସ ଧୀରଜକୁ ଅଟକ ରଖି ପଚଚାଉଚୁରା କରିବା ପରେ ସେ ହତ୍ୟା କଥାକୁ ସ୍ୱୀକାର କରିଥିଲା। ଏହାପରେ ଧୀରଜ ସହ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଦୁଇଜଣଙ୍କୁ ବି ଗିରଫ କରିଥିଲା ପୁଲିସ।