ଶ୍ଲୋକ ପଢ଼ି ନ ପାରିବାରୁ ଦୁଇ ଛାତ୍ରଙ୍କ ଗୁପ୍ତାଙ୍ଗକୁ ମାଞ୍ଜା ସୂତାରେ ବାନ୍ଧି ମାଡ଼ ମାରିଲେ ଶିକ୍ଷକ

ପୁଣେ: ମହାରାଷ୍ଟ୍ରର ପୁଣେ ଘଟିଥିବା ଏକ ଜଘନ୍ୟ ଘଟଣା ଜଣେ ଶିକ୍ଷକଙ୍କର କର୍ତ୍ତବ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୁଇ ଛାତ୍ର ରାତି ଖାଦ୍ୟ ଖାଇବା ପୂର୍ବରୁ ଶ୍ଲୋକ ପଢ଼ି ନ ପାରିବାରୁ ରାଗରେ ଶିକ୍ଷକ ଦେଇଥିବା ସେମାନଙ୍କୁ ଦେଇଥିବା ଦଣ୍ଡକୁ ନେଇ ଏବେ ସେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି । ଏହି ଘଟଣା ପରେ ଦୁଇ ଛାତ୍ରଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ପୁଲିସ ।

Free Press Journal

ସୂଚନା ମୁତାବକ, ସଂପୃକ୍ତ ଦୁଇ ଛାତ୍ର ଏକ ବୈଦିକ ସ୍କୁଲରେ ପାଠ ପଢ଼ୁଥିବା ବେଳେ ରାତି ଖାଦ୍ୟ ସମୟରେ ଶ୍ଲୋକ ପଢ଼ି ପାରି ନଥିଲେ । ଏହା ଦେଖି ଶିକ୍ଷକ ସୁଧିର୍‌ କୁଲକର୍ଣ୍ଣି ଦୁଇ ଛାତ୍ରଙ୍କ ଗୁପ୍ତାଙ୍ଗକୁ ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ମାଞ୍ଜା ଦିଆ ସୂତାରେ ବାନ୍ଧିଦେବା ସହ ମାଡ଼ ସେମାନଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ମାଞ୍ଜା ସୂତାର ଧାର ଅଧିକ ଥିବାରୁ ଦୁଇ ଛାତ୍ରଙ୍କ ଗୁପ୍ତାଙ୍ଗ କଟିଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଏ ନେଇ ଦୁଇ ଜଣଙ୍କ ପରିବାର ଲୋକଙ୍କୁ ସୂଚନା ମିଳିବା ପରେ ସେମାନେ ସ୍କୁଲରେ ପହଞ୍ଚି ଦୁଇ ଛାତ୍ରଙ୍କୁ ଡ଼ାକ୍ତରଖାନା ନେଇଥିଲେ ।

ସମ୍ବନ୍ଧିତ ଖବର