ସ୍କୁଲ ପିଲାଙ୍କ ଜୀବନ ବଞ୍ଚାଇଲେ ଝାଡୁଦାର…ଜାଣନ୍ତୁ ପୂରା ଘଟଣା

ତାମିଲନାଡୁ: ଗଣତନ୍ତ୍ର ଦିବସରେ ଦିଲ୍ଲୀର ଲାଲକିଲ୍ଲାରେ ଯେଉଁ ବୀରମାନଙ୍କୁ ସମ୍ମାନିତ କରାଯାଇଥିଲା, ତାଙ୍କୁ ତ ସମଗ୍ର ଦେଶ ଚିହ୍ନି ସାରିଛି। କିନ୍ତୁ ତାମିଲନାଡୁର ନାଗାପଟ୍ଟିନମ ଜିଲ୍ଲାର ଏକ ଛୋଟିଆ ଗାଁର ଥିବା ସ୍କୁଲର ଜଣେ ଝାଡୁଦାର ଏଭଳି ଏକ କାମ କରିଛି ଯାହା ପ୍ରଶଂସଯୋଗ୍ୟ ହେବା ସହିତ କୌଣସି ବୀରତ୍ୱର କାମ ଠାରୁ କମ୍‌ ନୁହେଁ ବୋଲି ଚର୍ଚ୍ଚା ଚାଲିଛି।

ନାଗାପଟ୍ଟିନମ ଜିଲ୍ଲାର ଉତ୍ତର ମାରୁତର ଗ୍ରାମସ୍ଥିତ ଏକ ସରକାରୀ ପ୍ରାଥମିକ ସ୍କୁଲରେ ସଫାସୁତୁରା କାମ କରୁଥିବା ନାଗମ୍ମଲ ନିଜର ଉପସ୍ଥିତ ବୁଦ୍ଧି ହେତୁ ନୀରିହ ପିଲାଙ୍କ ଜୀବନ ବଞ୍ଚାଇ ପାରିଥିଲା। ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଗୁରୁବାର ନାଗମ୍ମଲ ଯେତେବେଳେ ସ୍କୁଲ ପହଁଞ୍ଚି ପାଣି ନଳ ଖୋଲି ଥିଲା ସେତେବେଳେ ପାଣିରୁ ଏକ ଅଜବ ଧରଣର ଗନ୍ଧ ବାହାରିଥିଲା। ପିଲାମାନେ ସେତେବେଳେ ସ୍କୁଲରେ ପହଞ୍ଚି ନଥିଲେ। ନାଗମ୍ମଲକୁ ସନ୍ଦେହ ହେବା ପରେ ସେ ଏହି ଘଟଣା ସମ୍ପର୍କରେ ଖବର ତୁରନ୍ତ ହେଡମାଷ୍ଟରଙ୍କୁ ଦେଇଥିଲା। ହେଡମାଷ୍ଟର ତୁରନ୍ତ ଏହାର ସୂଚନା ପୁଲିସକୁ ଦେଇ ସ୍କୁଲ ଛୁଟିର ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପାଣିର ସେମ୍ପଲ ନେଇ ପରୀକ୍ଷା କରିଥିଲେ । ସେଥିରେ କ୍ଲୋରାସିଟାନିଲିଡ ହାର୍ବିସାଇଡ ନାମକ ଏକ ରାସାୟନିକ ପଦାର୍ଥ ମିଶ୍ରିତ ଥିବା ଜାଣିବାକୁ ପାଇଲେ। ଯାହାକି ପିଲାଙ୍କ ସ୍ୱାସ୍ଥ୍ୟପକ୍ଷେ ବହୁ କ୍ଷତି କାରକ ହେବ ସହିତ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ। ପୁଲିସକୁ ସନ୍ଦେହ ହେଉଛି କେହି ଜାଣିବୁଝି ଏପରି କାମ କରିଛି। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।

ଏହି ଘଟଣା ପର ଦିନ ଉତ୍ତର ମାରୁତର ପଞ୍ଚାୟତ ୟୁନିୟନ ସ୍କୁଲ ଦ୍ୱାରା ଆୟୋଜିତ ଗଣତନ୍ତ୍ର ଦିବସରେ ନାଗମ୍ମଲୁ ସମ୍ମାନିତ କରାଯାଇଥିଲା। ଅଭିଭାବକ ସେମାନଙ୍କ ପିଲାଙ୍କ ଜୀବନ ବଞ୍ଚାଇ ଥିବା ନାଗମ୍ମଲଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର