ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଡାକ୍ତରମାନେ ୧୭ ବର୍ଷ ଧରି ଜଣେ ମହିଳାଙ୍କ ପେଟରେ ଥିବା କଇଁଚିକୁ ସୁରକ୍ଷିତ ଭାବେ ବାହାର କରି ଜୀବନ ବଞ୍ଚାଇ ଦେଇଛନ୍ତି।
ପୀଡ଼ିତା ମହିଳାଙ୍କ ସ୍ବାମୀ ଅରବିନ୍ଦ ପାଣ୍ଡେ ଅଭିଯୋଗ କରି କହିଛନ୍ତି, ‘ମୁଁ ୨୦୦୮ ଫେବୃଆରି ୨୬ ତାରିଖରେ ସ୍ତ୍ରୀଙ୍କୁ ପ୍ରସବ ପାଇଁ ଇନ୍ଦିରାନଗରର 'ସି ମେଡିକାଲ କେୟାର'ରେ ଭର୍ତ୍ତି କରିଥିଲି। ଏଠାରେ ଡାକ୍ତର ପୁଷ୍ପା ଜୟସୱାଲ ମୋ ସ୍ତ୍ରୀଙ୍କ ଅସ୍ତ୍ରୋପଚାର କରିଥିଲେ। ପ୍ରସବର ୪/୫ଦିନ ପରେ ଆମକୁ ହସ୍ପିଟାଲରୁ ଛୁଟି କରି ଦିଆଯାଇଥିଲା।
କିଛିଦିନ ଗଲା ପରେ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏଥିପାଇଁ ଅନେକ ଚିକିତ୍ସା ବି କରାଇ ଥିଲୁ କିନ୍ତୁ କୌଣସି ପ୍ରକାର ଲାଭ ମିଳି ନଥିଲା। ଡାକ୍ତର ଦେଖିବା ପରେ ଔଷଧ ଦେଇ ଦିଅନ୍ତି। ଔଷଧ ଶେଷ ହୋଇଗଲା ପରେ ଯେଉଁ ଅବସ୍ଥାକୁ ସେଇ ଅବସ୍ଥା ହୋଇଥାଏ।ଜଣେ ସାଙ୍ଗଙ୍କ ପରାମର୍ଶ କ୍ରମେ ନିକଟରେ ମୁଁ ସ୍ତ୍ରୀଙ୍କୁ କେଜିଏମୟୁରେ ଭର୍ତ୍ତି କରିଥିଲି। ଏଠାରେ ସ୍ତ୍ରୀଙ୍କ ପେଟର ଏକ୍ସରେ ହୋଇଥିଲା।