ନୂଆଦିଲ୍ଲୀ: ବାସନ ମାଜି ନ ଥିବାରୁ ଗାଳି ଶୁଣି ରାଗରେ ଜଣେ ୧୪ ବର୍ଷୀୟ ଝିଅ ତା’ର ମାଆକୁ ତାୱାରେ ପିଟି ପିଟି ମାରି ପକାଇଥିବା ଅଭିଯୋଗ ହୋଇଛି ବୋଲି ନଇଡ଼ା ପୁଲିସ କହିଛି।

Advertisment

ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୪ ଅନୁସାରେ ମାମଲା ରୁଜୁ ହେବା ପରେ ସେ ଝିଅଟିକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ମାଆ ଆହତ ବୋଲି ନଇଡ଼ାର ସେକ୍ଟର୍‌ ୭୭ସ୍ଥିତ ୧୪ ତାଲାରେ ଥିବା ଆପାର୍ଟମେଣ୍ଟ୍‌କୁ ରବିବାର ରାତିରେ ଝିଅଟି ପଡ଼ିଶାମାନଙ୍କୁ ଡାକିଥିଲା। ରକ୍ତାକ୍ତ ଅବସ୍ଥାରେ ଥିବା ଉକ୍ତ ମହିଳାଙ୍କ (ଝିଅର ମାଆ) ମୁଣ୍ଡରେ କେତେଗୁଡ଼ିଏ କ୍ଷତ ସୃଷ୍ଟି ହୋଇଥିଲା। ‌ପଡ଼ୋଶୀମାନ‌େ ତାଙ୍କୁ ଡାକ୍ତରଖାନା ନେବା ପରେ ସେ ମୃତା ବୋଲି ଘୋ‌ଷଣା କରାଯାଇଥିଲା।

publive-image Image Courtesy of NDTV

ପ୍ରାୟ ୩୫ ବର୍ଷ ବୟସ୍କା ଉକ୍ତ ମହିଳା ଗ୍ରେଟର୍‌ ନଇଡ଼ାର ଗୋଟାଏ କମ୍ପାନିର ଯୋଗାଣ ବିଭାଗରେ କାର୍ଯ୍ୟ କରୁଥିଲେ। ବିବାହର ୫ ବର୍ଷ ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ସେ ଝିଅ ସହ ବାସ କରୁଥିଲେ ବୋଲି ପୁଲିସ କହିଛି।

publive-image

ବରିଷ୍ଠ ପୁଲିସ ଅଧିକାରୀ ରଣବିଜୟ ସିଂହ କହିଛନ୍ତି, ବାସନକୁସନ ମାଜିବାକୁ ମହିଳାଜଣଙ୍କ ଝିଅକୁ କହିଥିଲେ। କିନ୍ତୁ, ଝିଅ ନ ମାଜିବାରୁ ସେ ଗାଳିଗୁଲଜ କରିଥିଲେ। ଏହା ପରେ ମାଆଝିଅଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା। ରାଗରେ ଝିଅଟି ମାଆ ମଣ୍ଡକୁ ତାୱାରେ ପିଟିଥିଲା ବୋଲି କୁହାଯାଉଛି।

କିନ୍ତୁ, ଝିଅଟି ପ୍ରଥମେ ପୁଲିସକୁ କହିଥିଲା ଯେ, ସେ ବାହାରୁ ଫେରି ଦେଖେ ତ ମାଆ ରକ୍ତାକ୍ତ ହୋଇ ପଡ଼ିଛି। ମାତ୍ର ପୁଲିସ ପଡ଼ିଶାମାନଙ୍କୁ ପଚରାଉଚରା କରିବା ସହ ଆପାର୍ଣ୍ଟମେଣ୍ଟ୍‌ ପରିସରରେ ଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରି ଫ୍ଲାଟ୍‌ ମଧ୍ୟକୁ ବାହାରର କୌଣସି ଲୋକ ପଶି ନ ଥିବା ଜାଣିଥିଲେ।

ପୁଲିସ ଅଧିକ ଜେରା କରିବାରୁ, ମାଆକୁ ପିଟି ପିଟି ମାରି ଦେଇଥିବା କଥା ବାଳିକାଟି ସ୍ବୀକାର କରିଥିଲା। ଭାଣିଜୀ ନାଁରେ ମୃତ ମହିଳାଙ୍କ ଭାଇ ଦେଇଥିବା ଏତଲା ଅନୁସାରେ ପୁଲିସ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ତାୱାଟିକୁ ବି ପୁଲିସ ଜବତ କରିଛି।