ସ୍କୁଟି ସହ ୪୧ ବୋତଲ ମଦ ଜବତ, ଜଣେ ଗିରଫ

ବାଲିଅନ୍ତା: ଚୋରାମଦ କାରବାର ମାମଲାରେ ଆଜି ବାଳକାଟି ଫାଣ୍ଡି ପୁଲିସ ଜଣେ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ଏହି ଫାଣ୍ଡି ଅଧୀନ ପୂରଣ ପଧାନ ଗ୍ରାମର ଟିଟୁ ମହାନ୍ତି (୨୯)। ଏଥିସହିତ ପୁଲିସ ଘଟଣାସ୍ଥଳରୁ ୪୧ ବୋତଲ ବିଦେଶୀ ମଦ ଜବତ କରିବା ସହିତ ଏହି ଚୋରାମଦ କାରବାରରେ ବ୍ୟବହୃତ ସ୍କୁଟି (ଓଡି ୦୨ ଏଜେଡ ୯୪୮୧)କୁ ମଧ୍ୟ ଜବତ କରିଛି। ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଟିଟୁ ସ୍କୁଟିରେ ମଦ ନେଇ ଘରକୁ ଆସୁଥିବା ବେଳେ ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ଟଙ୍କପାଣି ବ୍ରିଜ୍‌ ନିକଟରେ ଅତର୍କିତ ଭାବେ ଚଢ଼ଉ କରି ତାକୁ ଗିରଫ କରିଥିଲେ। ଜାମିନ ନାମଂଜୁର ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର