ସ୍କୁଟି ଜବତ, ଚୋର ଗିରଫ

ଭୁବନେଶ୍ୱର : ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଚୋରକୁ ଗିରଫ କରିବା ସହ ସ୍କୁଟି ଜବତ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ନୂଆଗାଁ ଅଞ୍ଚଳର ଗୁପ୍ତ କୁଣ୍ଡ(୨୨)।

ପୁଲିସ ସୂଚନା ମୁତାବକ, ଗତ ଜୁନ୍‌ ୧ ତାରିଖରେ ଗୁପ୍ତ ଷ୍ଟେସନ୍‌ବଜାର ନିକଟରେ ଥିବା ଇନ୍ଦୁମତି ପଣ୍ଡାଙ୍କ ସ୍କୁଟି ଚୋରି କରି ନେଇଥିଲା। ଇନ୍ଦୁମତିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ବୁଧବାର ରାତିରେ ପୁଲିସ ଗୁପ୍ତର ଗଞ୍ଜାମ ଘରେ ଚଢ଼ାଉ କରି ତାକୁ ଗିରଫ କରିବା ସହ ସ୍କୁଟି ଜବତ କରିଥିଲା।

ସମ୍ବନ୍ଧିତ ଖବର