ମହିଳାଙ୍କ ସହ ଦୁଷ୍କର୍ମ କଲେ କର୍ଣ୍ଣାଟକର ଜଣେ ଆତ୍ମଘୋଷିତ ବାବା

ପାଣାଜି: ଗୋଆର ଭାସ୍କୋ ଅନ୍ତର୍ଗତ ମପୁସା ସହରରେ ଥିବା ତାଙ୍କ ଘର ନିକଟରେ କର୍ଣ୍ଣାଟକର ଜଣେ ଆତ୍ମଘୋଷିତ ବାବା ୧୯ ବର୍ଷୀୟା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଖବର ପାଇ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ୍‌ ଟିମ୍‌ ପଠାଇଥିବା ଜାଣିବାକୁ ମିଳିଛି।

ପୀଡ଼ିତା ମହିଳା ଜଣକ ହୋଉଛନ୍ତି ମହାରାଷ୍ଟ୍ର-ଗୋଆ ସୀମାନ୍ତରେ ଥିବା ସିନ୍ଧୁ ଦୁର୍ଗ ଜିଲ୍ଲାର ଅଚରାର ବାସିନ୍ଦା। ପୁଲିସ୍‌ ସୂତ୍ରରୁ ଜାଣିବାକ ମିଳିଛି ଯେ ବର୍ତ୍ତମାନ ସେ ଭାସ୍କୋରେ ରହୁଛନ୍ତି।

ହସ୍ତଗତ ହୋଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ସନ୍ତୋଷ କୁମଭାର ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଗୁରୁବାର ତାଙ୍କ ଗାଡ଼ିରେ ବସାଇ ନେଇଥିଲେ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସନ୍ତୋଷ ଗାଡ଼ି ମଧ୍ୟରେ ତାଙ୍କୁ ସଫ୍ଟ ଡ୍ରିଙ୍କ୍‌ସ ପିିଇବାକୁ ଯାଚିଥିଲେ। ମହିଳା ଜଣକ ଚିନ୍ତା ନ କରି ତାହାକୁ ପିଇ ପକାଇଥିଲେ। ସେହି ସଫଟ ଡ୍ରିଙ୍କ୍‌ସରେ ନିଶା ମିଶିଥିବା ହେତୁ ମହିଳା ଜଣକ ପିଇବା ପରେ ଗାଡ଼ି ମଧ୍ୟରେ ଅଚେତ ହୋଇଯାଇଥିଲେ। ଏହାର ଫାଇଦା ଉଠାଉ ସନ୍ତୋଷ ମହିଳାଙ୍କୁ ମପୁସୁଆରେ ଅଞ୍ଚଳରେ ଥିବା ଏକ ଅଜଣା ଘର ଭିତରକୁ ନେଇ ଯାଇଥିଲେ। ମହିଳାଙ୍କ ଚେତା ଫେରିବାରୁ ସେ ଜାଣିବାକୁ ପାଇଲେ ଯେ ଆତ୍ମଘୋଷିତ ଭଗବାନ ସନ୍ତୋଷଙ୍କ ସମେତ ସେଠାରେ ଅନ୍ୟ ଜଣେ ମଧ୍ୟ ଉପସ୍ଥିତ ଥିଲେ। ପୁଲିସ୍‌ ତଦନ୍ତ କରିବା ପରେ ସେହି ଅନ୍ୟ ଜଣକ ନିଖିଲ ଚୌହ୍ଵାନ ବୋଲି ଜାଣିବାକୁ ମିଳିଛି।

 ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଅାତ୍ମଘୋଷିତ ବାବା ସନ୍ତୋଷ ଗାଡ଼ି ମଧ୍ୟରେ ତାଙ୍କୁ ସଫ୍ଟ ଡ୍ରିଙ୍କ୍‌ସ ପିିଇବାକୁ ଯାଚିଥିଲେ। ସେ ଚିନ୍ତା ନ କରି ତାହାକୁ ପିଇ ପକାଇଥିଲେ। ସେହି ସଫଟ ଡ୍ରିଙ୍କ୍‌ସରେ ନିଶା ମିଶିଥିବା ହେତୁ ସେ ପିଇବା ପରେ ଗାଡ଼ି ମଧ୍ୟରେ ଅଚେତ ହୋଇଯାଇଥିଲେ। ଏହାର ଫାଇଦା ଉଠାଉ ସନ୍ତୋଷ ତାଙ୍କୁ ମପୁସୁଆରେ ଅଞ୍ଚଳରେ ଥିବା ଏକ ଅଜଣା ଘର ଭିତରକୁ ନେଇ ଯାଇଥିଲେ। ମହିଳାଙ୍କ ଚେତା ଫେରିବାରୁ ସେ ଜାଣିବାକୁ ପାଇଲେ ଯେ ଆତ୍ମଘୋଷିତ ବାବା ସନ୍ତୋଷଙ୍କ ସମେତ ସେଠାରେ ଅନ୍ୟ ଜଣେ ମଧ୍ୟ ଉପସ୍ଥିତ ଥିଲେ।

ମହିଳାଙ୍କ କହିବା ମୁତାବକ ଅଭିଯୁକ୍ତ ତାଙ୍କର ଦୁଷ୍କର୍ମ କରିବା ପରେ ସେ ଦୁହେଁ ଘର ଛାଡ଼ି ପଳାଇ ଯାଇଥିଲେ। ଯଦି ମହିଳା ଜଣକ ଏ ସଂପର୍କରେ ଅନ୍ୟ କାହାକୁ ସୂଚନା ପ୍ରଦାନ କରନ୍ତି ତେବେ ସେମାନେ ତାଙ୍କୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ।

ଜଣେ ମହିଳାଙ୍କୁ ନିଶା ଦେଇ ଏକ ଅଜଣା ସ୍ଥାନକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭାସ୍କା ପୁଲିସ୍‌ ଉକ୍ତ ଆତ୍ମଘୋଷିତ ବାବା ସନ୍ତୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୁଲିସ୍‌ ସନ୍ଦେହ କରୁଛି ଯେ ଏପରି କରିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। ତେବେ, ପୁଲିସ୍‌ ଅଭୁଯୁକ୍ତଙ୍କୁ ଗିରଫ କରିବା ପରେ ସବୁ କିଛି ସ୍ପଷ୍ଟ ଜାଣିହେବ। ଅଭିଯୁକ୍ତଙ୍କ ଗିରଫ କରିବା ପାଇଁ ଏକ ପୁଲିସ୍‌ ଦଳ ସକ୍ରିୟ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର