ବିବାଦୀୟ ଧର୍ମଗୁରୁ ରାମଲାଲଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ ଜେଲ ଦଣ୍ଡ

ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ରାମଲାଲଙ୍କୁ ହତ୍ୟା ଅଭିଯୋଗର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ହରିଆନାର ହିସାରର ଏକ କୋର୍ଟ ଏହି ବିବାଦୀୟ ଧର୍ମଗୁରୁ ରାମଲାଲଙ୍କୁ ‘ମୃତ୍ୟୁ ପଯ୍ୟନ୍ତ ଜେଲ ଦଣ୍ଡ’ରେ ଦଣ୍ଡିତ କରିଛନ୍ତି। ସୂଚନାଯୋଗ୍ୟ ଯେ ହିସାର କୋର୍ଟ ରାମଲାଲ ଓ ତାଙ୍କର ୨୬ ଜଣ ଅନୁଗାମୀଙ୍କୁ ଗତ ୧୧ ତାରିଖ ଦିନ ଦୋଷୀ ବୋଲି ଘୋଷଣା କରିଥିଲେ। ଆଜି ରାମଲାଲଙ୍କୁ ଜେଲ ପରିସରରେ ଆ୍େରାଜିତ ସ୍ୱତନ୍ତ କୋର୍ଟରେ ଦଣ୍ଡ ଶୁଣାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତ ୨୦୧୪ ମସିହା ନଭେମ୍ବର ୧୮ ତାରିଖରେ ବିବାଦୀୟ ଧର୍ମଗୁରୁ ରାମଲାଲଙ୍କ ଆଶ୍ରମରେ ଜଣେ ମହିଳା ଭକ୍ତଙ୍କ ମୃତଦେହ ପୁଲିସ ଜବତ କରିଥିଲା। ତାଙ୍କୁ ହତ୍ୟା କରାଯାଇଥିଲା।ଏହାକୁ ନେଇ ସେଠାରେ ରାମଲାଲଙ୍କ ଅନୁଗାମୀମାନେ ପୁଲିସକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏପରିକି ପ୍ରାୟ ୧୦ ଦିନ ଧରି ଚାଲିଥିବାଏହି ହିଂସାରେ ୪ ଜଣ ମହିଳା ଓ ଜଣେ ଶିଶୁୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ରାମଲାଲଙ୍କୁ ଗିରଫ କରି ହିସାର ଜେଲରେ ରଖିଥିଲା। ଗତ ୧୧ ତାରିଖ ଦିନ ହିସାର ଜେଲରେ ରାମ ଲାଲ ଓ ତାଙ୍କ ୨୬ ଜଣ ଅନୁଗାମୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ଭାବେ କୋର୍ଟ ଘୋଷଣା କରିଥିଲେ। ତେବେ ସୁରକ୍ଷା ଦୃଷ୍ଟିକୋଣରୁୁ ଆଜି ହିସାର ସହରରେ ବ୍ୟାପକ ପୁଲିସ ମୂତୟନ କରାଯାଇଛି। ହିସାର ଜେଲ ପରିସରରେ ଜଜ୍‌ ରାମଲାଲଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହିତ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର