ହାଇଦ୍ରାବାଦ: ବୋରାବଣ୍ଡା ଅଞ୍ଚଳର ଜଣଙ୍କ ଘରୁ ଦୁରାତ୍ମା ଘଉଡ଼ାଇବା ବେଳେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଜଣେ ମୁସଲମାନ ଫକିର ବାବା ଗିରଫ ହୋଇଥିବା କଥା ଶନିବାର ଦିନ ପୁଲିସ କହିଛି।

Advertisment

ପୁଲିସ କହିବା ଅନୁସାରେ, ଅଭିଯୁକ୍ତ ହେଉଛନ୍ତି ଆଜମ୍‌ ଏବଂ ୧୯ ବର୍ଷୀୟ ଯୁବତୀଜଣକ ସେହି ଅଞ୍ଚଳର।

ପ୍ରଥମେ ଅଭିଯୁକ୍ତ ଯୁବତୀଙ୍କ ସହ ଭାବନାବ କରି ତାଙ୍କ ଘରକୁ ଯିବାଆସିବା କଲେ। କିଛି ଦିନ ପରେ ସେ ତାଙ୍କର ପିତାମାତାଙ୍କୁ କହିଲେ କି, ତାଙ୍କ ଘରକୁ ଦୁରାତ୍ମା କବଳିତ କରିଛି। ତାକୁ ଭଗାଇବା ଆବଶ୍ୟକ।

ଦୁରାତ୍ମା ଠାରୁ ତ୍ରାହି ପାଇବାକୁ କର୍ଣ୍ଣାଟକର ବିଡ଼ାର ଜିଲ୍ଲାରେ ଥିବା ଗୋଟାଏ ଦରଘାକୁ ଯିବା ପାଇଁ ସେ ଯୁବତୀଙ୍କ ପରିବାର ଲୋକଙ୍କୁ ପ୍ରସ୍ତାବ ଦେଲେ।

publive-image

ଆଜମ୍‌ ମଧ୍ୟ ତାଙ୍କ ସହ ସେ ଦରଘାକୁ ଗଲେ ଏବଂ କୌଣସିମତେ ସେ ଯୁବତୀଙ୍କୁ ପ୍ରଲୋଭିତ କରି ତାଙ୍କ ସହ ଦୁଷ୍କର୍ମ କଲେ।

ଦରଘାରୁ ଫେରିବା ପରେ ଆଜମ୍‌ ପୁଣି ପୀଡ଼ିତାଙ୍କ ଘରକୁ ଯାଇ ତା’ର ବାପାମାଆଙ୍କୁ କହିଲେ କି, ଦୁରାତ୍ମା ଭଗାଇବାକୁ ସେ ମନ୍ତ୍ର ପଢ଼ିବେ। ତେଣୁ ସେମାନେ ଘରୁ ପଦାକୁ ଚାଲି ଯାଆନ୍ତୁ। ଘରେ ଯୁବତୀଙ୍କୁ ଏକଲା ପାଇ ସେ ପୁଣି ଥରେ ତାଙ୍କ ସହ ଦୁଷ୍କର୍ମ କଲେ ବୋଲି ପଞ୍ଜଗୁଟ୍ଟା ଅତିରିକ୍ତ ପୁଲିସ କମିସନର୍‌ ତିରୁପତନ୍ନା କହିଛନ୍ତି।

ଦୁଷ୍ଟ ଫକିରଙ୍କ ନାମରେ ଏସ୍‌ଆର୍‌ ନଗର ଥାନାରେ ଆଇପିସି ଧାରା ୩୭୬ରେ ମାମଲା ରୁଜୁ କରାଯାଇଛି।

ଡାକ୍ତରୀ ସହାୟତା ଏବଂ କାଉନ୍‌ସେଲିଙ୍ଗ୍‌ ଦେବା ପାଇଁ ଯୁବତୀଙ୍କୁ ଭରୋସା କେନ୍ଦ୍ରକୁ ପଠାଇ ଦିଆଯାଇଛି।