ମହିଳା ପ୍ରିୟ ‘ଚୁମ୍ବନ ବାବା’ଙ୍କୁ ଗିରଫ କଲା ପୁଲିସ

ଗୌହାଟୀ: ମହିଳାମାନଙ୍କ ବିଭିନ୍ନ ସମସ୍ୟା ବିଶେଷ କରି ବୈବାହିକ ସମସ୍ୟାର ସାମାଧାନ କରିଦେବାର ପ୍ରତିଶ୍ରୁତି ଦେଇ ଅତି ନିନ୍ଦନୀୟଭାବେ ମହିଳାମାନଙ୍କୁ ଆଲିଙ୍ଗନ ଓ ଚୁମ୍ବନ ଦେଉଥିବା ଜଣ ଆତ୍ମଘୋଷିତ ‘ଚୁମ୍ବନ ବାବା’ଙ୍କୁ ଗତକାଲି(ଗୁରୁବାର) ଗୌହାଟୀ ପୁଲିସ ଗିରଫ କରିଛି। ଗୌହାଟୀର ବିଭିନ୍ନ ଆଞ୍ଚଳିକ ଟିଭି ଚାନେଲରେ ଏହି ଭଣ୍ଡବାବାଙ୍କରକଳଙ୍କିତ ଦୃଶ୍ୟ ପ୍ରସାରିତ ହେବା ପରେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ଆତ୍ମଘୋଷିତ ବାବା ରାମ ପକାଶ ଚୌହାନଙ୍କ ମାଙ୍କୁ ମଧ୍ୟ ଗିରଫ କରିଛି।


ପୁଲିସର ସୂଚନା ଅନୁଯାୟୀ, ଆସାମର ମୋରିଗାଁ ଜିଲ୍ଲାର ଏକ ଉପାନ୍ତ ଗ୍ରାମରେ ରୁହନ୍ତି ରାପ୍ରକାଶ ଚୌହାନ । ଆସାମରଏହି ଜିଲ୍ଲାର ସାକ୍ଷାରତା ହାର ରାଜ୍ୟର ଅନ୍ୟ ୩୨ଟି ଜିଲ୍ଲା ଠାରୁ ଯଥେଷ୍ଟ କମ୍‌। ଲୋକେ ବହୁ ସମୟରେ ଅନ୍ଧବିଶ୍ୱାସର ଶକାର ହେଉଥିବାରୁ ଅଧିକାଂଶ ଭଣ୍ଡବାବାଙ୍କ କାରବାର ଏହି ଜିଲ୍ଲାରେ ହିଁ ଆରମ୍ଭ ହୋଇଥାଏ। ଏଠାରେ ଅନ୍ଧବିଶ୍ୱାସ ସହିତ ବହୁ ତଥାକଥିକ ଭବିଷ୍ୟବାଣୀ କରୁଥିବା ଭଣ୍ଡବାବା ନିଜ କାରବାର ବେଶ ଭଲ ଭାବେ ଚଳାଇଥାନ୍ତି। ତେବେ ହଠାତ ଦିନେ ରାମ ପ୍ରକାଶ ଚୌହାନଙ୍କ ମାଆ ଘୋଷଣା କଲେ ଯେ ବିଷ୍ଣୁଙ୍କ ଠାରୁ ତାଙ୍କ ପୁଅ ରାମ ପ୍ରକାଶ ଅଧିଭୌତିକ ଶକ୍ତି ପାଇଛନ୍ତି। ଫଳରେ ସେ ଲୋକଙ୍କର ବିଭିନ୍ନ ମମସ୍ୟାର ସମାଧାନ କରିଦେବେ। ଏଥିରେ ଆଉ ପଦେ ଆଗେଇ ଯାଇ ରାମ ପ୍ରକାଶ ଘୋଷଣା କରିଥିଲେ ଯେ ଭଗବାନ ବିଷ୍ଣୁଙ୍କ ଦ୍ୱାରା ମିଳିଥିବା ଶକ୍ତିକୁ ସେ ଚୁମ୍ବନ ଦ୍ୱାରା ସମ୍ପ୍ରସାରଣ କରି ମହିଳାଙ୍କ ବୈବାହିକ ଜୀବନରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରି ପାରିବେ। ରାମ ପ୍ରକାଶ ଅତି ଚତୁରତାଓ ଯୋଜନାବଦ୍ଧ ଭାବେ ଏହି କଥାକୁ ମହିଳାମାନଙ୍କ ମଧ୍ୟରେ ପ୍ରଚାର କରିାଇବାରେ ସକ୍ଷମ ହୋଇଥିଲେ।ଏହା ଦ୍ୱାରା ଅନ୍ଧବିଶ୍ୱାସୀ ଓ ବୈବାହିକ ଜୀବନରେ ସମସ୍ୟା ଯୋଗୁଁ ମାନସିକ ଅସ୍ଥିିିରତା ଭୋଗୁଥିବା ମହିଳାମାନେ ତାଙ୍କ ପାଖକୁ ଆସୁଥିଳେ ଓ ସେ ସେମାନଙ୍କୁ ଅାଲିଙ୍ଗନ କରି ଚୁମ୍ବନ ଦେଉଥିଲେ। ଏପରିକି ରାମ ପ୍ରକାଶ ଚୌହାନ ନିଜ ଭଣ୍ଡାମି ପାଇଁ ତାର ନିଜ ଘର ଆଗରେ ଏକ ମନ୍ଦିର ମଧ୍ୟ ତୋଳି ଥିଲା। ମାତ୍ର କିଛି ଦିନ ମଧ୍ୟରେ ଏହି ଚୁମ୍ବନ ବାବା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ହୋଇ ଉଠିଥଲେ। ପୁଲିସ କହିଛି ଯେ ମହିଳାମାନଙ୍କ ସମ୍ମାନ ସହିତ ଖେଳ ଖେଳି ସେମାନଙ୍କୁ ବୋକା ବନାଇବା ସହିତ ସେମାନଙ୍କୁ ଆଲିଙ୍ଗନ, ଚୁମ୍ବନ ଦେବା ଅଭିଯୋଗରେ ତଥାକଥିତ ଭଣ୍ଡବାବା ରାମପ୍ରକାଶ ଚୌହାନ ଓ ଏହି ହୀନକାର୍ଯ୍ୟରେ ସହାୟତା କରିଥିବା ରାମ ପ୍ରକାଶର ମାଆଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର