୨୧ ବର୍ଷୀୟା ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗରେ ଆତ୍ମଘୋଷିତ ବାବା ଫଳାହରି ମହାରାଜଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି

ଜୟପୁର: ଜଣେ ୨୧ ବର୍ଷୀୟା ନାବାଳିକା ସହ ଅସଦାଚରଣ କରିଥିବା ଅଭିଯୋଗରେ ରାଜସ୍ଥାନର ଅଲଓ୍ଵାର କୋର୍ଟ ୭୦ ବର୍ଷିଅ ଆତ୍ମଘୋଷିତ ବାବା ଫଳହରି ମହାରାଜଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଫଳହରି ମହାରାଜଙ୍କ ପ୍ରକୃତ ନାମ କୌଶଳେନ୍ଦ୍ର ପ୍ରବଣାଚାର୍ଯ୍ୟ।

ଅଦାଲତ ଫଳାହରି ମହାରାଜଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣୀ କରିବା ସହ ୧ ଲକ୍ଷ ଟଙ୍କାର ଜରିମାନା ବି ଶୁଣାଣୀ କରିଛନ୍ତି। ବାବାଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଆଶୋକ ଶର୍ମା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଏହି ମାମଲାର ଉପଯୁକ୍ତି ନ୍ୟାୟ ପାଇଁ ସେମାନେ ହାଇକୋର୍ଟ ଦ୍ୱାରସ୍ଥ ହେବେ।

 

ବର୍ଷେ ତଳେ ଜଣେ ମହିଳା ବାବାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ମହିଳା ଜଣକ ଅଭିଯୋଗ ଆଣିଥିଲେ ଯେ ସେ ଯେତେବେଳେ ଟଙ୍କା ପ୍ରଦାନ କରିବାକୁ ଆଶ୍ରମକୁ ଯାଇଥିଲେ ବାବା ତାଙ୍କ ସହ ଅସଦାଚାରଣ କରିଥିଲେ।

ଛତିଶଗଡ଼ ବିଳାଶପୁରର ଏହି ମହିଳା ଜଣକ ୨୦୧୭ ମସିହା ଅଗଷ୍ଟ ୭ ତାରିଖରେ ଆଶ୍ରମକୁ ଯାଇଥିବା ବେଳେ ତାଙ୍କ ସହ ଏପରି ହୋଇଥିଲା ବୋଲି ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର