ଦୁଷ୍କର୍ମ ସହ ଅସ୍ୱାଭାବିକ ଯୌନକ୍ରିୟା ଅଭିଯୋଗ: ଆତ୍ମଘୋଷିତ ସାଧୁ ଦାତି ମହାରାଜଙ୍କ ବିରୋଧରେ ମାମଲା ଦାୟର କଲା ସିବିଆଇ

ନୂଆଦିଲ୍ଲୀ: ଆତ୍ମଘୋଷିତ ସାଧୁ ଦାତି ମହାରାଜଙ୍କ ବିରେୋଧରେ ଶୁକ୍ରବାର ସିବିଆଇ ବିରୋଧରେ ମାମଲା ଦାୟର କଲା। ଦକ୍ଷିଣ ଦିଲ୍ଳୀରେ ଏକ ମନ୍ଦିର ଚଳାଉଥିବା ଦାତିଙ୍କ ନାମରେ ଆଶ୍ରମରେ ଥିବା ମହିଳାଙ୍କ ସହ ଦୁଷ୍କର୍ମ ସହ ଅସ୍ୱାଭାବିକ ଯୌନକ୍ରିୟା କରୁଥିବା ଅଭିଯୋଗ ଆସିଥିଲା।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦ୍ୱାରା ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା। ଏହି ମାମଲାର ତଦନ୍ତ କରି ସିବିଆଇ ଦାତିଙ୍କ  ବିରୋଧରେ ମାମଲା ଦାୟର କରିଥିବା ଜାଣିବାକୁ ମିଳିଛି।

ଦାତି ମହାରାଜଙ୍କ ବିରୋଧରେ ଜଣେ ମହିଳା ଏବଂ ତାଙ୍କର ୩ ଭାଇ ଦକ୍ଷିଣ ଦିଲ୍ଲୀର ଫତେ୍‌ହପୁର ବେରି ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଆଣିଥିଲେ।

ଜୁନ୍‌ ୨୨ ତାରିଖରେ ପୁଲିସ୍‌ ଏ ସଂପର୍କରେ ଦାତି ମହାରାଜଙ୍କୁ ପଚରାଉଚରା କରିଥିଲା। ଦାତି ଦିଲ୍ଲୀ ଓ ରାଜସ୍ଥାନରେ ଥିବା ତାଙ୍କ ନିଜ ଆଶ୍ରମରେ ଏପରି କୁକାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।

ଏହି ମାମଲାର ବିଚାର କରିବା ପାଇଁ ମୁଖ୍ୟ ବିଚାତପତି ରାଜେନ୍ଦ୍ର ମେନନ ଏବଂ ବିଚାରପତି ଭି କେ ରାଓଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠରେ ଏହାର ତଦନ୍ତ ଭାର ସିବିଆଇକୁ ସମର୍ପି ଦିଆଯାଇଥିଲା।

ସମ୍ବନ୍ଧିତ ଖବର