ପଞ୍ଜାବ: କିଛି ଦିନ ପୂର୍ବରୁ ବରିଷ୍ଠ ସାମ୍ବାଦିକା ତଥା ସାମାଜିକ କର୍ମୀ ଗୌରୀ ଲଙ୍କେଶ ଓ ତ୍ରିପୁରାର ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲର ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିବାର ଘଟଣା ଥମି ନଥିଲା ବେଳେ ଶନିବାର ଆଉ ଏକ ସାମ୍ବାଦିକଙ୍କ ହତ୍ୟା ଘଟଣା ସମ୍ନାକୁ ଆସିଛି। ବରିଷ୍ଠ ସାମ୍ବାଦିକ କେ.ଜେ ସିଂହ ଓ ତାଙ୍କର ୯୨ବର୍ଷୀୟ ମା’ଙ୍କ ମୃତଦେହ ମୋହାଲ(ପଞ୍ଜାବ)ସ୍ଥିତ ବାସଭବନରୁ ଶନିବାର ପୁଲିସ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଆଜି ସକାଳେ କେ.ଜେ ସିଂହ ଓ ତାଙ୍କର ୯୨ବର୍ଷୀୟ ମା ମୋହାଲିଙ୍କ ମୃତଦେହ (ପଞ୍ଜାବ)ସ୍ଥିତ ବାସଭବନରୁ ମିଳିଥିଲା। ଦୁହିଁଙ୍କ ଗଳାରେ ଦାଗ ଥିବା ଦେଖି କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ସିଂହ ଟ୍ରିବ୍ୟୁନ ଇଣ୍ଡିଆ, ଦ ଇଣ୍ଡିଆନ୍ ଏକ୍ସପ୍ରେସ ଓ ଟାଇମ୍ସ ଅଫ ଇଣ୍ଡିଆ ଭଳି ଖବର କାଗଜରେ କାମ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/cats-77-620x400-1.jpg)