ନୂଆଦିଲ୍ଲୀ: ପତ୍ନୀ ଛାଡ଼ି ଚାଲିଯିବା ପରେ ଜଣେ ଲୋକ ପାଗଳପ୍ରାୟ ହୋଇ ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପତ୍ନୀ ଛାଡ଼ି ଚାଲିଯିବା ପରେ ମହିଳାମାନଙ୍କ ପ୍ରତି ତାର ଘୃଣାଭାବ ଆସି ଯାଇଥିଲା। ଏହି ଘୃଣାଭାବ ହେତୁ ସେ ୧୭ରୁ ୧୮ବର୍ଷ ମଧ୍ୟରେ ଯୁବତୀଙ୍କୁ ହତ୍ୟା କରିଥିଲା। ଜାନୁଆରି ୪ ତାରିଖରେ ହାଇଦ୍ରାବାଦର ଜୁବଲି ଅଞ୍ଚଳରେ ଜଣେ ମହିଳାଙ୍କ ହତ୍ୟା ଘଟଣାକୁ କେନ୍ଦ୍ର କରି ପୁଲିସ ସିରିଏଲ କିଲର ରମୁଲୁକୁ ଗତ ମଙ୍ଗଳବାର ଗିରଫ କରିଛି।
ସିରିଏଲ କିଲର ଭେଙ୍କଟମ୍ମା ନାମକ ଜଣେ ଯୁବତୀଙ୍କୁ ହତ୍ୟା କରିବା ପରେ ତାଙ୍କ ଚେହେରାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା। ରଚକୋଣ୍ଡା ପୁଲିସ ଓ ହାଇଦ୍ରାବାଦ ଟାସ୍କ ଫୋର୍ସ ୨୦ଦିନ ଧରି ଜଏଣ୍ଟ ଅପରେସନ କରିବା ପରେ ସିରିଏଲ କିଲରକୁ ଧରିବାରେ ସଫଳ ହୋଇଥିଲେ।
/sambad/media/post_attachments/wp-content/uploads/2021/01/Untitled-1-copy-9-300x145.jpg)
୪୫ବର୍ଷୀୟ ରମୁଲୁ ସହର ପଥର କାଟିବା କାମ କରିଥାଏ। ତାକୁ ଏଯାବତ ୨୧ଟି ମାମଲାରେ ଗିରଫ କରାଯାଇଛି। ଯେଉଁଥିରେ ୧୬ଟି ମାମଲା ହତ୍ୟାର ରହିଛି। ଅଭିଯୁକ୍ତ ରମୁଲୁ ଏଯାବତ ୧୮ଜଣ ମହିଳାଙ୍କୁ ହତ୍ୟା କରି ସାରିଛି।
୨୧ବର୍ଷ ବୟସରେ ରମୁଲୁ ବିବାହ କରିଥିଲା। କିନ୍ତୁ କିଛିଦିନ ପରେ ତାର ସ୍ତ୍ରୀ ତାକୁ ଛାଡ଼ି ଜଣେ ବ୍ୟକ୍ତିଙ୍କ ସହିତ ଫେରାର ହୋଇଯାଇଥିଲା। ଏହାପରେ ରମୁଲୁ ମହିଳାଙ୍କୁ ଘୃଣା କରିବା ଆରମ୍ଭ କରି ଦେଇଥିଲା।
ପୁଲିସ ସୂତ୍ରରୁ ପ୍ରକାଶ, ଉକ୍ତ ସିରିଏଲ କିଲର ୨୦୦୩ରୁ ଏଭଳି ଅପରାଧିକ ଘଟଣା ଘଟାଇ ଆସୁଛି। ସେ ମଦ ଓ ତାଡ଼ି ପିଇବା ପରେ ମହିଳାଙ୍କୁ ହତ୍ୟା କରିଥାଏ। ଏହାପରେ ମୃତ ମହିଳାଙ୍କଠାରୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥାଏ।
୨୦୧୧ରେ ସେଣ୍ଟ୍ରାଲ ଜେଲ ଚେରଲାପଲ୍ଲିରେ ଦଣ୍ଡ ଭୋଗିବା ସମୟରେ ତାକୁ ଏରରଗଡ୍ଡା ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରୁ ୫ଜଣ ଲୋକଙ୍କ ସହିତ ମିଶି ଫେରାର ହୋଇଯାଇଥିଲା ରମୁଲୁ। ଏହାପରେ ୨୦୧୩ରେ ପୁଲିସ ପୁଣିଥିରେ ରମୁଲୁକୁ କାବୁ କରି ଜେଲରେ ଭର୍ତ୍ତି କରିଥିଲା।
୨୦୧୮ରେ ହାଇକୋର୍ଟରେ ଆବେଦନ କରିବା ପରେ ତାକୁ ଛାଡ଼ି ଦିଆଯାଇଥିଲା। ଏହାପରେ ସେ ଆହୁରି ଦୁଇଟି ହତ୍ୟା କରିଥିଲା। ତାକୁ ପୁଣିଥରେ ଗିରଫ କରାଯାଇଥିଲା। କେବଳ ଏତିକି ନୁହେଁ, ଜୁଲାଇ ୨୦୨୦ରେ ସେ ପୁଣି ୨ଟି ହତ୍ୟା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/download-2-3.jpg)