ପୁରୁଷମାନଙ୍କ ସହ ଦୁଷ୍କର୍ମ କରିବା ସହ ମାରି ଖାଇ ଯାଉଥିଲା ଏହି ସିରିୟଲ କିଲର,ମୃତ୍ୟୁ ପରେ ଶାରୀରିକ ସଂପର୍କ ରଖିବା ପାଇଁ ଫ୍ରିଜ୍‌ରେ ରଖୁଥିଲା ଲାସ୍‌ !

ନୂଆଦିଲ୍ଲୀ : ନେଟ୍‌ଫ୍ଲିକ୍ସର ଲାଟେଷ୍ଟ ଟ୍ରାଭେଲ ସିରିଜ୍‌ ‘ଡ଼ାର୍କ ଟୁରିଷ୍ଟ’ରେ ଜେଫ୍‌ରୀ ଡାମରର ଲୋମଟାଙ୍କୁରା କାହାଣୀ ପ୍ରଦର୍ଶିତ ହେଉଛି । ଏହି ସିରିଜ୍‌ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଜେଫ୍‌ରୀ ଜଣେ ଦୁଷ୍କର୍ମକାରୀ ସହ ଜଣେ ନରଭକ୍ଷୀ ଥିଲେ ବୋଲି ଜଣାପଡ଼ିଛି ।

୧୯୭୮-୧୯୯୧ମଧ୍ୟରେ ଜେଫ୍‌ରୀ ୧୭ଜଣ ନାବାଳକ ଏବଂ ପୁରୁଷଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା ଏବଂ ତା’ପରେ ମର ଶରୀରର ମାଂସ ଖାଇବା ଭଳି କାମ କରୁଥିଲେ । ଏହାକୁ ବିଶ୍ୱାସ କରିବା କଷ୍ଟ ହେଉଥିଲେ ମଧ୍ୟ ଏହା ସତ । ଜେଫ୍‌ରୀ ପୁରୁଷମାନଙ୍କୁ ମାରିବା ପରେ ତାଙ୍କ ଶରୀରକୁ ଫ୍ରିଜ୍‌ରେ ମଧ୍ୟ ରଖୁଥିଲା ।ା ପରେ ଶାରୀରିକ ସଂପର୍କ ରଖିବା ପାଇଁ ସେ ଏପରି କରୁଥିବା ଜଣାପଡ଼ିଛି । ୧୯୯୧ରେ ଜେଫ୍‌ରୀଙ୍କ କବଳରୁ ଜଣେ ଯୁବକ ଖସି ଆସିବା ପରେ ତାଙ୍କ କଳା କାର୍‌ନାମା ସାରା ବିଶ୍ୱ ଜାଣିଥିଲା ।

New York Post

ଯାହା ପରେ ଜେଫ୍‌ରୀଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ସମୟରେ ୧୪-୩୬ବର୍ଷ ବୟସ୍କ ଲୋକମାନଙ୍କୁ ସେ ବନ୍ଦୀ କରି ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ୧୯୯୨ରେ ତାଙ୍କୁ ୯୦୦ବର୍ଷ ଜେଲ ଦଣ୍ଡ ଦିଆଯାଇଥିବା ବେଳେ ୧୯୯୪ରେ ଜଣେ ଅପରାଧି ତାଙ୍କୁ ଜେଲ ମଧ୍ୟରେ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର