ହାଇଦ୍ରାବାଦ୍: ହତ୍ୟା କରିବା ଅପରାଧରେ ଜଣେ ଯୁବକକୁ ଆଜୀବନ କାରାଦଣ୍ଡର ଦଣ୍ଡାଦେଶ ଦେଇଥିଲା ଅଦାଲତ। ହେଲେ ଜେଲରେ ରହିବା ପରେ ଅପରାଧୀର ବ୍ୟବହାରରେ ପରିବର୍ତ୍ତନ ଆସିବା ଦେଖି ଅଦାଲତ ତା ଦୋଷକୁ କ୍ଷମା କରିବା ସହ ଜାମିନ ଦେଇଥିଲେ। କିନ୍ତୁ ଜେଲରୁ ବ‌ାହାରିବା ପରେ ଅଭିଯୁକ୍ତର ଉଦ୍ଦେଶ୍ୟ କ’ଣ ରହିିଛି? ତାହା କାହାକୁ ମଧ୍ୟ ଜଣା ନଥିଲା। ଅପରାଧୀଜଣଙ୍କ ଜେଲରୁ ବାହାରି ୪ଜଣଙ୍କୁ ପୁଣି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି। ହାଇଦ୍ରାବାଦର ମହବୁବ୍ ନଗରରେ ଏଭଳି ଘଟଣା ଘଟିଥିବା ବେଳେ ପୁଣି ଥରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସହ ତା’ର ପତ୍ନୀକୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି।

Advertisment

पत्नी को भी पुलिस ने किया गिरफ्तार oneindia.com

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ମୁତାବକ, ୨୦୦୯ରେ ୫ଜଣ ମହିଳାଙ୍କୁ ହତ୍ୟା କରି ଗିରଫ ହୋଇଥିଲା ଅଭିଯୁକ୍ତ ୟେରୁକଲୀ ଶ୍ରୀନୁ। ଯାହା ପରେ ଅଦାଲତରେ ମାମଲାର ଶୁଣାଣି କରାଯାଇ ଶ୍ରୀନୁକୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। କିନ୍ତୁ ଜେଲରେ ରହିବା ପରେ ଧିରେ ଧିରେ ଶ୍ରୀନୁର ବ୍ୟବହାରରେ ପରିବର୍ତ୍ତନ ପରିଲଖିତ ହେବା ପରେ ତାକୁ ଅଦାଲତ ପକ୍ଷରୁ ଜାମିନ ମିଳିଥିଲା। ହେଲେ ୨୦୧୮ରେ ଜେଲରୁ ବାହାରକୁ ଆସି ପୁଣି ଥରେ ୪ଜଣ ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଶ୍ରୀନୁ। ବର୍ଷେ ହେଲାଣି ପୁଲିସ ଶ୍ରୀନୁକୁ ଖୋଜୁଥିବା ବେଳେ ଏବେ ତାକୁ ଗିରଫ କରାଯାଇଛି।