ମଣିଷ ମାରି ମିଳୁଥିଲା ଅଲୌକିକ ଶକ୍ତି, ରାତିରେ ହେଉଥିଲା ଭଲ ନିଦ

୨୦୦୦ରୁ ୨୦୦୪ ମଧ୍ୟରେ ୨୨ଜଣଙ୍କୁ ହତ୍ୟା କରିଛି ସଦାଶିବ

ଲକ୍ଷ୍ମୌ: ମାନବୀୟ ଇତିହାସରେ ସିରିୟଲ କିଲିଂ ଭଳି ଘଟଣାମାନ ତାଲିକାରେ ସାମିଲ ରହିଛି କୁଖ୍ୟାତ ସିରିୟଲ କିଲର ଠଗ ବହରାମଠାରୁ ଆରମ୍ଭ କରି ନିଠାରୀର ସୁରେନ୍ଦ୍ର କୋଲିର ନାମ। ତେବେ ଏମାନଙ୍କ ମଧ୍ୟରେ ଜଣେ କୁଖ୍ୟାତି ଅପରାଧୀର ନାମମଧ୍ୟ ସାମିଲ ରହିଛି, ଯିଏ କି ଗୋଟିଏ କି ଦୁଇଟି ନୁହଁ ବରଂ ୨୨ଜଣ ଲୋକଙ୍କୁ ଅତି ର୍ନିମମ ଭାବେ ହତ୍ୟା କରିଥିଲା । ଏହି ସବୁ ହତ୍ୟା ପଛରେ ଲୁଚି ରହିଥିଲା ଏକ ବହୁତ ବଡ ଅନ୍ଧ ବିଶ୍ୱାସ । ଆସନ୍ତୁ ଜାଣିବା ଏହି ଅପରାଧୀ କାହିଁକି ଏତେ ଜଣଙ୍କୁ ହତ୍ୟା କରିଥିଲା।

ସୂଚନାଯୋଗ୍ୟ, ୟୁପିର ଫୁରସତଗଞ୍ଜର ବାସିନ୍ଦା ତଥା କୁଖ୍ୟାତ ସିରିୟଲ କିଲର ସଦାଶିବ ସାହୁର ଜନ୍ମ ୧୯୪୭ରେ ହୋଇଥିଲା । ସଦାଶିବ ସାହୁକୁ ୫୭ ବର୍ଷ ବୟସରେ ୨୦୦୪ରେ ପୋଲିସ ଗିରଫ କରିଥିଲା । ଆଉ ଏହି ସମୟରେ ସଦାଶିବ ନିଜ ହାତରେ ୨୨ଜଣଙ୍କୁ ହତ୍ୟା କରିଥିବା ଦୋଷକୁ ସ୍ୱୀକାର ମଧ୍ୟ କରିଥିଲେ।

ଏହି ସମସ୍ତ ହତ୍ୟାକାଣ୍ଡ ସଦାଶିବ ୨୦୦୦ରୁ ୨୦୦୪ରେ କରିଥିଲା । ସଦାଶିବ ବିଶେଷ ଭାବେ କମ୍‌ ବୟସର ଲୋକଙ୍କୁ ନିଜର ଶିକାର କରୁଥିଲା।

ସଦାଶିବ କହିଥିଲା କି, ‘ମୋତେ ସବୁବେଳେ ଏକ ଅଲୌକିକ ଶକ୍ତି ଲୋକମାନଙ୍କୁ ହତ୍ୟା କରିବାକୁ ଉସକାଉଥିଲା ଏବଂ ଏଭଳି କରିବା ଦ୍ୱାରା ମୋତେ ଏକ ଅଦଭୁତ ଶକ୍ତି ମିଳୁଥିଲା । ଲୋକଙ୍କୁ ମାରିବା ପରେ ମୁଁ ଆରାମରେ ଘରକୁ ଆସୁଥିଲି ଆଉ ଶାନ୍ତିରେ ଶୋଇପଡୁଥିଲି।’

ତେବେ ପଡୋଶୀଙ୍କ ସୂଚନା ଅନୁସାରେ, ସିରିୟଲ କିଲର ସଦାଶିବ ସାହୁ ଲୋକଙ୍କ ସହିତ ଖୁବ୍‌ କମ କଥାବାର୍ତ୍ତା କରୁଥିଲା ଏବଂ ଖାଲି ସମୟରେ ସେ ଅନେକଗୁଡିକ ଧାର୍ମିକ ବହିକୁ ଅତ୍ୟନ୍ତ ଧ୍ୟାନର ସହ ପଢୁଥିଲା ।

ସମ୍ବନ୍ଧିତ ଖବର