ଖଣ୍ଡଗିରି: ରବିବାର ଅପରାହ୍ଣରେ ବରମୁଣ୍ଡା-ଜାଗମରା ନୂଆ ସଡ଼କରେ ସିରିଜ୍ ଦୁଘର୍ଟଣା ଘଟାଇଥିବା ବୋଲେରୋ ଚାଳକ ମୋହିତ ମହାନ୍ତି(୧୯)କୁ ସୋମବାର ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ ଗତକାଲି ମୋହିତ ବେପରୁଆ ଗାଡ଼ି ଚାଳନା କରି ଉକ୍ତ ରାସ୍ତାରେ ୩ଟି ଦୁର୍ଘଟଣା ଘଟାଇଥିଲା। ପ୍ରଥମେ ଏକ ସ୍କର୍ପିଓ ପଛରେ ପିଟିବା ପରେ ଦ୍ରୁତବେଗରେ ଯାଇ ଏକ କାର୍ ଓ ଶେଷରେ ଏକ ସ୍କୁଟିକୁ ପିଟିଥିଲା ଓ ଡିଭାଇଡର ଡେଇଁ ନପାରି ଗାଡ଼ିଟି ଅଟକି ଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିଲେ। ତେବେ ଗାଡ଼ି ଛାଡ଼ି ମୋହିତ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।
ସିରିଜ୍ ଦୁର୍ଘଟଣା ଘଟାଇ ବୋଲେରୋ ଚାଳକ ଗିରଫ
/sambad/media/post_attachments/wp-content/uploads/2019/11/arrest-aajtak.jpg)