ଯୁବତୀଙ୍କ ଫଟୋ ଭାଇରାଲ ଘଟଣା: ୭ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ଯୁବତୀଙ୍କୁ ଅସଦାଚରଣ ସମେତ ଫଟୋ ଭାଇରାଲ ପାଇଁ ଧମକ ଦେବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ପୁଲିସ ଥାନା ମଙ୍ଗଳବାର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ସୋମବାର ପିିତାପାଟ ଅଞ୍ଚଳର ଜଣେ ଯୁବତୀ ନିଜ ଗାଁମୁଣ୍ଡରେ ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ସନ୍ଧ୍ୟାରେ କଥାବାର୍ତ୍ତା ହେଉଥିଲେ। ଏହି ଦୃଶ୍ୟକୁ ଦୂରରୁ ଦେଖୁଥିଲେ ୭ ଜଣ ଯୁବକ। ୨୨ରୁ ୨୫ ବର୍ଷ ବୟସର ଏହି ଯୁବକମାନେ ଭାଇ-ଭଉଣୀଙ୍କ ପାଖକୁ ଆସିଥିଲେ। ସେମାନେ ଭାଇଙ୍କୁ ପିଟିବା ସହିତ ଯୁବତୀର ପୋଷାକ କାଢ଼ି ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

photo by : India Today

ଘଟଣା ସହିତ ସଂପୃକ୍ତ ଯୁବକମାନେ ଯୁବତୀର ଫଟୋ ଉଠାଇ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପିତାପାଟ ଗ୍ରାମର ଉତ୍ତମ ବିଶୋଇ, ପ୍ରସନଜିତ ନାୟକ, ବଚନ ମହାନ୍ତି, ଭାଗି ରାଓତ, ପ୍ରମୋଦ ସିଂହ, ପ୍ରଣବ ବଳ ଓ ଶମ୍ଭୁ ବିଜୁଳିକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା କରାଯିବା ପରେ କୋର୍ଟ ଚାଲାଣ କରି ଦିଆଯାଇଛି।

ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଇନ୍‌ କାନୁନ ଲଗାମ ବିହୀନ ଘୋଡ଼ା ଭଳି ପରିଚାଳିତ ହେଉ ଥିବାରୁ ଅପରାଧ ମାତ୍ରା ବଢ଼ିବାରେ ଲାଗିଛି। ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ଶାସ୍ତି ମିଳୁ ନଥିବାରୁ ରାଜ୍ୟରେ ମହିଳା ଓ ଯୁବତୀ ସୁରକ୍ଷିତ ମନେ କରୁନାହାନ୍ତି।

ସମ୍ବନ୍ଧିତ ଖବର