ସୁରଟ୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୭ ଗିରଫ

ସୁରଟ : ସୁରଟ୍‌ରେ ଜଣେ ୧୩ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପ୍ରାୟ ୭ ଜଣ ବ୍ୟକ୍ତିଙ୍କ ଦ୍ବାରା ସେ ଲଗାତାର ୩ ମାସ ଧରି ବାରମ୍ବାର ଗଣଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ କାହାକୁ କିଛି କହିପାରିନଥିଲେ। କାରଣ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଉକ୍ତ ଘଟଣା ସଂକ୍ରାନ୍ତ‌ରେ କାହାକୁ କିଛି କହନ୍ତି ତେବେ ସେମାନେ ତା ବାପାଙ୍କୁ ହତ୍ୟା କରିଦେବେ। କିନ୍ତୁ ଉକ୍ତ ଘଟଣାକୁ ନଇ ସେ ବହୁତ ଚାପରେ ରହୁଥିଲେ। ଶେଷରେ ତାଙ୍କ ବାପାଙ୍କୁ ସେ ସବୁକଥା କହିବାପରେ ଘଟଣାରେ ପୁଲିସରେ ମାମଲା ରୁଜୁ ହୋଇଛି ଏବଂ ପୁଲିସ ଏନେଇ ୭ ଜଣଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ ପୀଡ଼ିତା ନାବାଳିକା ଅଧାରୁ ପାଠପଢ଼ା ଛାଡ଼ି ଦେଇଛନ୍ତି। ତାଙ୍କ ବାପା ଜଣେ ହୀରା‌ କାରିଗର। ତେବେ ପୀଡ଼ିତାଙ୍କ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ବାପା ତାଙ୍କ ଚିକିତ୍ସା ପାଇଁ ଭରତ କର୍ସନ ଭଖର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୫,୦୦୦ ଟଙ୍କା‌ ନେଇଥିଲେ। କିନ୍ତୁ ସେ ଟଙ୍କା ଆଉ ଫେରାଇ ପାରିନଥିଲେ। ଅନ୍ୟପକ୍ଷେ ଭଖର ଉକ୍ତ ନାବାଳିକାଙ୍କୁ କିଛି କାମ ଦେବ ବୋଲି ତାଙ୍କ ବାପାଙ୍କୁ ପ୍ରତିଶ୍ରୁତି ଦେଇଥିଲା। ନାବାଳିକାକୁ ଗତ ୩ ମାସ ପୂ‌ର୍ବେ ଭଖର ତା’ ସାଥୀରେ ନେଇ ଦୁଷ୍କର୍ମ କରିଥିଲା ଏବଂ ପରେ ସେ ପୀଡ଼ିତାକୁ ବେଶ୍ୟାବୃତ୍ତିରେ ଲଗାଇ ଟଙ୍କା ରୋଜଗାର କରିଥିଲା। ଉକ୍ତ ଘଟଣା‌ରେ ଅଭିଯୋଗ ହେବାପରେ ପୁଲିସ ଭଖର ସମେତ ସମୁଦାୟ ୭ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର