ଅବକାରୀ ଚଢ଼ଉ: ୭ ଗିରଫ, ୨୬୯ ଲିଟର ଦେଶୀ ମଦ ସହ ସ୍କୁଟି ଜବତ

ରାଉରକେଲା: ଅବକାରୀ ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦେଶୀ ମଦ ବିକ୍ରି କରୁଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ସେକ୍ଟର-୨ର ମୀନା ସିଂହ, ସୁନିଆ ମୁଣ୍ଡାରୀ, ଜାମସେରାର ଲମ୍ବୋଦର କଚ୍ଛପ, ଯୋଗେଶ୍ବର କଚ୍ଛପ, ହମିରପୁରର ଶ୍ରୀକାନ୍ତ ଯାଦବ, ଉଦିତନଗର ମନୁ ପଟ୍ଟନାୟକ ଗଳିର ଆଶା ବଡ଼ାଇକ ଓ ମଧୁସୂଦନପଲ୍ଲୀର ରାଧା ପ୍ରଧାନ। ଅଭିଯୁକ୍ତମାନଙ୍କଠାରୁ ୨୬୯ ଲିଟର ଦେଶୀ ମଦ ଓ ଗୋଟିଏ ସ୍କୁଟି ଜବତ ହୋଇଛି। ସହରର ବିଭିନ୍ନ ଅଞ୍ଚଳରେ ଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇଁ ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ବାଡ୍‌ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଚଢ଼ଉରେ ଅବକାରୀ ଏସ୍‌ଆଇ ରମାକାନ୍ତ ଚାନ୍ଦ, ମାନସ ରଞ୍ଜନ ମୁଣ୍ଡା, ମୋବାଇଲ ସ୍କ୍ବାଡ୍‌ ଏସ୍‌ଆଇ ଶ୍ରୀଧର ମହାନ୍ତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର