୭ଜଣଙ୍କୁ ବସାଇ ଯାଉଥିବା ବେଳେ ଧରାପଡ଼ିଲେ ବାଇକ ଚାଳକ, ପୁଲିସକୁ ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖି ସାଧାରଣ ଲୋକଙ୍କ ବ୍ୟତୀତ ପୁଲିସ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓରେ ଜଣେ ବାଇକ ଚାଳକ ୭ଜଣଙ୍କୁ ବସାଇ ବାଇକ ଚଲାଇ ଯାଉଥିବା ଦେଖିବାକୁ ମିଳୁଛି। ଯେତେବେଳେ ପୁଲିସ ବାଇକ ଆରୋହୀଙ୍କୁ ଅଟକାଇଥିଲେ ସେ ଏପରି ଉତ୍ତର ଦେଇଥିଲେ କି ପୁଲିସ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓକୁ ବିହାରର ଶିଓହର ଜିଲ୍ଲାର ବୋଲି କୁହାଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ନିଜ ବାଇକରେ ୭ଜଣଙ୍କୁ ବସାଇ ନେଉଛନ୍ତି। ଏହି ବାଇକରେ ୪ଜଣ ଶିଶୁ ଓ ୨ଜଣ ମହିଳା ଏବଂ ଡ୍ରାଇଭର ନିଜେ ବସିଥିବା ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟର କଥା ହେଉଛି ୭ଜଣଙ୍କୁ ବସାଇ ନେଉଥିବା ବେଳେ ବାଇକ୍ ଚାଳକ ହେଲମେଟ ବି ପିନ୍ଧି ନଥିଲେ।

 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଇକ ଆରୋହୀ ଶିଓହର ଜିଲ୍ଲାର ନବାବ ଉଚ୍ଚ ବିଦ୍ୟାଳୟ ନିକଟ ଦେଇ ଯାଉଥିଲେ। ଏହି ସମୟରେ ତାଙ୍କୁ ଜଣେ ପୁଲିସବାବୁ ଅଟକାଇଥିଲେ। ଏହା ପରେ ପୁଲିସ କର୍ମଚାରୀ ତାଙ୍କୁ କଡ଼ା ନିନ୍ଦା  ମଧ୍ୟ କରିଥିଲେ। ତେବେ ପୁଲିସ ବାବୁଙ୍କୁ ୭ଜଣ ବସାଇ ନେଇଥିବା ବାଇକ ଚାଳକ କହିଥିଲେ,‘ଜରୁରୀ କାମ ଅଛି, ସେ ଡାକ୍ତରଖାନାକୁ ଯାଉଛନ୍ତି। ତେଣୁ ତାଙ୍କୁ ନଅଟକାଇ ଛାଡ଼ି ଦିଆଯାଉ।

ଏହି ଘଟଣା ପରେ ଉକ୍ତ ବାଇକ ଚାଳକଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣା ପଡିନାହିଁ।

ସମ୍ବନ୍ଧିତ ଖବର