ଡିୟୁଟି ସମୟରେ ଫିଲ୍ମ ସାୟରା ନରସିହ୍ମା ରେଡ୍ଡୀ ଦେଖିବାକୁ ଚାଲି ଯାଇଥିଲେ ୭ଜଣ ସବ୍‌ଇନ୍‌ସ୍ପେକ୍ଟର, ମିଳିଲା ଏଭଳି ଦଣ୍ଡ

କୁର୍ଣ୍ଣୁଲ : ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନ ପ୍ରଥମ ସୋ’ ଦେଖିବାର ସଉକ ଏବେ ୭ଜଣ ସବ୍‌-ଇନ୍ସପେକ୍ଟରଙ୍କୁ ଭାରି ପଡ଼ିଛି । ବିଭିନ୍ନ ପୁଲିସ ଷ୍ଟେସନର ୭ଜଣ ସବ୍‌-ଇନ୍ସପେକ୍ଟର ଭଲ ବନ୍ଧୁ ହୋଇଥିବା ବେଳେ ଡିୟୁଟି ସମୟରେ ଫିଲ୍ମ ଦେଖିବାକୁ ଯିବା ସେମାନଙ୍କୁ ଭାରି ପଡ଼ିଛି । ଫିଲ୍ମ ଦେଖୁଥିବା ସମୟରେ ୭ଜଣ ବନ୍ଧୁ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ହେବା ପରେ ଏବେ ୭ଜଣଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣା ପଡ଼ିଛି ।

Image result for seven-sis-in-kurnool-sent-to-vacancy-reserve-for-watching-sye-raa-narasimha-reddy-in-duty-hours
Times of India

ସୂଚନା ମୁତାବକ, ୭ଜଣ ବୁଧବାର ସକାଳ ସମୟରେ କୁର୍ଣ୍ଣୁଲ ଜିଲ୍ଲାରେ ଥିବା ସିନେମା ହଲ୍‌ରେ ପହଞ୍ଚିଥିଲେ । ଫିଲ୍ମ ଦେଖି ସେଲ୍‌ଫି ନେବା ସହ ସୋସିଆଲ ମିଡିଆରେ ସେୟାର କରିବା ପରେ ଫଟୋ ଉପରେ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କ ନଜର ପଡ଼ିଥିଲା । ଯାହା ପରେ ୭ଜଣଙ୍କୁ କୁର୍ଣ୍ଣୁଲର ଜିଲ୍ଲା ମୁଖ୍ୟାଳୟକୁ ଡ଼କାଇ କ’ଣ ପାଇଁ ଡିୟୁଟି ସମୟରେ ଫିଲ୍ମ ଦେଖିବାକୁ ଯାଇଥିଲ ବୋଲି ପ୍ରଶ୍ନ କରାଯାଇଥିଲା । ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଏବେ ସେମାନଙ୍କୁ କୌଣସି କାମ ନ ଦେଇ ଖାଲି ବସାଇ ଦିଆ ଯାଇଥିବା ଜଣା ପଡ଼ିଛି । ଏ ମାମଲାକୁ ନେଇ ଏବେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ତଦନ୍ତ ରିପୋର୍ଟ ମିଳିବା ପରେ ହିଁ ୭ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପୁଲିସ ଅଧୀକ୍ଷକ କହିଛନ୍ତି ।

ସମ୍ବନ୍ଧିତ ଖବର