ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ : ୭ ବର୍ଷ ଜେଲ୍‌ ସହ ପୀଡ଼ିତାଙ୍କୁ ଏକ ଲକ୍ଷଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଅଦାଲତଙ୍କ ନିର୍ଦ୍ଦେଶ

ଚଣ୍ଡିଗଡ଼ : ଜଣେ ଏକଦଶରେ ପଢ଼ୁଥିବା ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବାରୁ ୩ ଜଣ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛି ଅଦାଲତ । ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି । ଜେଲ ଦଣ୍ଡାଦେଶ ସହ ଦୁଇ ମୁଖ୍ୟଅଭିଯୁକ୍ତଙ୍କୁ ୧.୦୫ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯିବା ସହ ନାବାଳକ ଉପରେ ୫,୦୦୦ ଜରିମାନା ଲାଗୁ କରାଯାଇଛି । ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କୁ ମୁଣ୍ଡପିଛା ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଛି । ମୁଖ୍ୟ ଅଭିଯୁକ୍ତ ଦଲିପ୍‌ କୁମାର , ଅଶୋକ କୁମାର ଏବଂ ନାବାଳକ ଜଣଙ୍କ ହଲୋମାଜ୍ରାରେ ରହୁଥିବା ଜଣା ପଡ଼ିଛି । ଦଲିପ୍‌ ଏବଂ ଅଶୋକଙ୍କୁ ମାର୍ଚ୍ଚ ୭ ଏବଂ ଅପ୍ରେଲ ୨ରେ ପୁଲିସ ଗିରଫ କରିଥିବା ବେଳେ ନାବାଳକ ଜଣଙ୍କ ଅତ୍ମସମର୍ପଣ କରିଥିଲେ ବୋଲି ଜଣା ପଡ଼ିଛି ।

The Financial Express

ପୀଡ଼ିତାଙ୍କ ଭାଇ ପୁଲିସକୁ ଦେଇଥିବା ସୂଚନା ଅନୁଯାୟୀ, “ଫେବୃଆରି ୮ ତାରିଖ ଦିନ ମୋ ଭଉଣୀ ସକାଳ ୭.୪୫ ରେ ସ୍କୁଲକୁ ବାହାରି ଯାଇଥିଲା । କିନ୍ତୁ ସନ୍ଧ୍ୟା ହେବା ପରେ ସେ ଘରକୁ ନ ଫେରିବାରୁ ମୁଁ ତାକୁ ଖୋଜିବା ଆରମ୍ଭ କରିଥିଲି । ପାଖାପାଖି ଅଞ୍ଚଳ ଖୋଜା ଖୋଜି କରିବା ସହ ସ୍କୁଲକୁ ଯାଇ ମଧ୍ୟ ଏ ନେଇ ପଚାରିଥିଲି । ପଚରାଉଚରା କରିବା ପରେ ସେ ସ୍କୁଲକୁ ଆସି ନାହିଁ ବୋଲି ତାର ଜଣେ ସହପାଠୀ ମୋତେ ଜଣାଇଥିଲେ । ଖୋଜା ଖୋଜି କରି ବିଫଳ ହେବା ପରେ ମୋ ଭଉଣୀ ଘରକୁ ଫେରି ଆସିଛି ବୋଲି ଜାଣିବାକୁ ପାଇଥିଲି । ଏହା ପରେ କ’ଣ ପାଇଁ ଏତେ ସମୟ ଆସିବାକୁ ଲାଗିଲା ବୋଲି ପଚାରିବାରୁ ତା’ ସହ ହୋଇଥିବା ଦୁଷ୍କର୍ମ ବିଷୟରେ ସେ ଜଣାଇଥିଲା । ୩ ଜଣ ଅଭିଯୁକ୍ତ ତାକୁ ରାସ୍ତାରୁ ଅପହାରଣ କରି ନେଇ ତାକୁ ନିଶା ଇଞ୍ଜେକ୍ସନ୍‌ ଦେଇଥିଲେ । ଏହା ପରେ ସେମାନେ ତା’ ସହ ଦୁଷ୍କର୍ମ କରି ଏହାର ଭିଡ଼ିଓ ମଧ୍ୟ ରେକର୍ଡ଼ କରିଥିଲେ” ବୋଲି ସେ ମୋତେ ଜଣାଇଥିଲା ।

ଏ ବିଷୟରେ ଜାଣିବା ପରେ ପୀଡ଼ିତାଙ୍କ ଭାଇ ଏନେଇ ପୁଲିସରେ ଏତଲା ଦେବା ସହ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ନେଇଥିଲେ । ସେଠାରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ଡ଼ାକ୍ତର ସ୍ପଷ୍ଟ କରିଥିଲେ । ଏହା ପରେ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହ ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୩୬୩(ଅପହରଣ),୩୬୬(ବିବାହା କରିବା ପାଇଁ ମହିଳାଙ୍କୁ ବାଧ୍ୟ କରିବା) , ୫୦୬(ଅପରାଧୀକ ଧମକ) ଏବଂ ୩୭୬(ଦୁଷ୍କର୍ମ) ଅନୂଯାୟୀ ମାମଲା ରୁଜୁ କରିଥିଲା ।

ସମ୍ବନ୍ଧିତ ଖବର